ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ସାକ୍ଷୀଗୋପାଳ ବଜାରରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସ୍ଥାନାନ୍ତର ଓ ବଜାର ସମ୍ପ୍ରସାରଣ ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସତ୍ୟବାଦୀ ତହସିଲ ଅନ୍ତର୍ଗତ ୨ଗୋଟି ମୌଜା ଯଥା ଜୟପୁର ଓ ପେଣ୍ଠପଡା ଓରଫ ଗୋପାଳପୁର ପାଟଣାର ଏ୩. ୮୩୫୫ ଡେସିମିଲି (ଘରୋଇ ଜମି ଓ ଦେବୋତ୍ତର ଜମି) ଅଧିଗ୍ରହଣ ନିମନ୍ତେ ରାସ୍ତା ଓ ପୂର୍ତ୍ତବିଭାଗ ପୁରୀ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରସ୍ତାବ ପ୍ରାପ୍ତ ହେବାପରେ ତତ୍ ସମ୍ପର୍କିତ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଜମି ଅଧିଗ୍ରହଣ ସ୍ୱଚ୍ଛତା ପୁନଃର୍ବାସ ଓ ଥଇଥାନ ଆଇନ ୨୦୧୩ ର ଧାରା ୧୬ ଅନୁଯାୟୀ ପୁନଃର୍ବାସ ଥଇଥାନ ଯୋଜନାର ଚିଠା ପ୍ରସ୍ତାବ ର ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।















