ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପଡ଼ିଆରେ ସି ଏସ୍ ଆଇ ସେଣ୍ଟ ମାର୍କ ଚର୍ଚ୍ଚ ସହ ଅନ୍ୟ ଚର୍ଚ୍ଚ ମାନଙ୍କ ମଧ୍ୟରେ ଖୁସି, ଆନନ୍ଦ ଓ ଭାଇଚାରାର ଉତ୍ସବ ମେରି ଖ୍ରୀଷ୍ଟମାସ ଉତ୍ସାହର ସହ ପାଳନ କରାଯାଇଛି । ପଡ଼ିଆ ରେ ଥିବା ସମସ୍ତ ଚର୍ଚ୍ଚ ଗୁଡ଼ିକ ଆଲୋକମାଳା, କ୍ରିସମାସ ଟ୍ରୀ ଓ ଆକର୍ଷଣୀୟ ସାଜସଜ୍ଜାରେ ଉଜ୍ଜ୍ୱଳ ହୋଇଉଠିଥିଲା । ବିଶ୍ବାସୀ ମାନେ ପ୍ରାର୍ଥନା ସଭାରେ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ ।















