ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ପଦ୍ମପୁର :- ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ,ଜନୈକ ବ୍ୟକ୍ତିର ଘରକୁ ବିଳମ୍ବିତ ରାତ୍ରରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ,୧୫ ତାରିଖ ରାତ୍ରିରେ ୪ ଜଣ ଯୁବକ ପଦ୍ମପୁର ଉପ ଖଣ୍ତ ଗାଇସିଲେଟ ଥାନା କରିମୁଣ୍ତା ଗାଁର ଶ୍ରବଣ ବନିଆଁ ଘରକୁ ପଶିଥିଲେ । ହାତରେ ଭୁଜାଲି ଓ ଲୁହା ରଡ ଥିଲା ।
ସେମାନେ ଶ୍ରବଣକୁ ଶୋଇଥିବା ଅବସ୍ଥାରେ ଆକ୍ରମଣ କରିବାକୁ ଯୋଜନାବଦ୍ଧ ଭାବରେ ଯାଇଥିଲେ କିନ୍ତୁ ଶ୍ରବଣକୁ ନିଦ ହେଉ ନ ଥିବାରୁ ଚେତା ଅବସ୍ଥରେ ଥିଲେ । ଅସ୍ତ୍ର ସହ ମୁଖା ପିନ୍ଧି ୪ ଜଣ ଯୁବକଙ୍କୁ ଦେଖି ଡରି ଯାଇଥିଲେ । କୌଶଳ କ୍ରମେ ଥାନାକୁ ଖବର ଦେଇଥିଲେ । ପୋଲିସ ପହଂଚିବା ପୂର୍ବରୁ ସେମାନେ ଫେରାର୍ ହୋଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ବ ସହ କାରେ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଏକ ଟିମ ଗଠନ କରି ତଲାସୀ ଜାରି କରିଥିଲେ । ଫଳ ସ୍ବରୂପ ୨୦ ତାରିଖ ଗାଇସିଲେଟ ଗ୍ରାମର ପ୍ରଶାନ୍ତ ପାଣ୍ତେ ଓ ଠାକୁର ପାଣ୍ତେକୁ ଗିରଫ କରିବାରେ ସଫଳ ହୋଇଥିଲେ । ଘଟଣା ସହ ସଂପୃକ୍ତ ଥିବା ଅନ୍ୟ ଦୁଇ ଜଣ ଫେରାର୍ ଅଛନ୍ତି । ଗାଇସିଲେଟ ଥାନା କେଶ ନଂ ୧୯୦/୨୦୨୦ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଗିରଫ ଅଭିଯୁକ୍ତଂକୁ କୋର୍ଟ ଚାଲାଣ କରିଛନ୍ତ । (ରିପୋର୍ଟ – ନିରୋଜ କୁମାର ପାଣୀ)













