ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି- ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର କଣାସ ବ୍ଲକ ଗଡିଶଗୋଦା ଥାନା ଅନ୍ତର୍ଗତ ଗୋପୀନାଥପୁରୁ ଗାଁ ରେ ଦୁଇ ପରିବାର ମଧ୍ୟରେ ବିବାଦ କୁ ନେଇ ସିରିଜ ବୋମା ମାଡ ହୋଇଛି । ବୋମା ମାଡ଼ରେ ୪ ଜଣ ଆହତ ହୋଇଛନ୍ତି ।ପୁଲିସ ଓ ସାଇଣ୍ଟିଫିକ ଟିମ୍ ବୋମା ମାଡ଼ ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ସୂଚନା ଥାଉକି ଜମିବାଡ଼ି ବିବାଦ କୁ କେନ୍ଦ୍ରର କରି ଉଭୟ ପରିବାର ମଧ୍ୟ ରେ ଲାଗିରହିଛି ବିବାଦ। ଧାନ ଜମି ରେ ପାଣି ମଡେଇବା କୁ କେନ୍ଦ୍ର କରି ଟୁଲୁ ପ୍ରଧାନ ଓ ଦିଲୀପ ପ୍ରଧାନ ଙ୍କ ମଧ୍ୟ ରେ ଯୁକ୍ତିତର୍କ ହୋଇ ଥିଲା ।

ପୂର୍ବରୁ ଗ୍ରାମରେ ଜଗୁପ୍ରଧନ ଓ ସର୍ବେଶ୍ଵର ପ୍ରଧାନ ଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଲାଗିରହିଥିଲା । ଯାହାର ରାଗ ସୁଝେଇବା ପାଇଁ ଟୁଲୁ ଘର ପାଖରେ ଥିବା ଦୟା ବ୍ରିଜ ଉପରେ ବୋମା ମାଡ କରିବାରୁ ଜଗୁ ପ୍ରଧାନଙ୍କ ପୁଅ ଦିଲୀପ ଓ ପ୍ରକାଶ ଆହତ ହେଉଥିଲେ ଏଥିସହ ଗ୍ରାମର ସର୍ବେଶ୍ଵର ପ୍ରଧାନ ଓ ଉଦିତ ନାମକ ଜଣେ ବାଳକ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନେ କଣାସ ଗୋଷ୍ଠୀ।ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଚିକିତ୍ସା ହେଇଛନ୍ତି ।
ପୂର୍ବରୁ ଟୁଲୁ ଗାଁରେ ବୋମା ମାଡ଼ କରିବାସହ , ବନ୍ଧୁକ, ତଲୁଆର ବୁଲାଇ ଅନେକ ଥର ଗାଁରେ ଆତଙ୍କ ଖେଳାଇଥିବା ଗ୍ରାମବାସୀ।ଅଭିଯୋଗ କରିଛନ୍ତି । ଏମିତିକି ସେ ବ୍ରିଜ ନିକଟ ରେ ଥିବା ତାର ଏକ କ୍ୟାବିନି ରେ ଚୋରା ମଦ ଓ ଗଞ୍ଜେଇ ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଟୁଲୁର ମାଆ … ପୁଅ ବୋମା ମାଡକରିଥିବା ସ୍ବୀକାର କରିଥିବା ବେଳେ ତାଙ୍କର ୭ ବର୍ଷ ହେବ ଜମିବାଡ଼ି ବିବାଦ ଲାଗି ରହିଥିବା କହିଛନ୍ତି ।

ଥାନାଧିକାରୀ ସୁଧୀର ଦାସ ଅଭିଯୋଗ କ୍ରମେ 208 / 25 ରେ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି ।ଘଟଣା ସ୍ଥଳରୁ ସାଇଣ୍ଟିଫିକ ଟିମ୍ ଫୁଟା ବୋମାର ସୁତୁଲି ,ପୋଡ଼ା ଵାରୁଦ ଓ ବୋମା ଆଣିଥିବା ବ୍ୟାଗ୍ ଜବତ କରିଛି । ପୋଲିସ୍ ଅଭିଯୁକ୍ତ ମାନଙ୍କ ପ୍ରତି କଠର ମନଭାବ ପୋଷଣ କଲେ ଏଭଳି ଘଟଣା ସବୁ ଘଟାଇବା ପାଇଁ ଅଭିଯୁକ୍ତମାନେ ସାହାସ କରିବେ ନାହିଁ ବୋଲି ସାଧାରଣ ରେ ଦାବି ବେଉଛି ।














