ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ସତ୍ୟବାଦୀ ଗୁରୁକୂଳ ସ୍କଲାର୍ସ ବିଦ୍ୟାଳୟ ର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଉତ୍କଳମଣୀ ଗୋପବନ୍ଧୁ ସୃତି ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀମତି ପୁଷ୍ପମିତ୍ରା ପଟନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ବ୍ଲକ ର ବିଡ଼ିଓ ଦେବାଶିଷ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ ।

ଏହି ଉତ୍ସବ ରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା, ବ୍ୟଞ୍ଜନ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପ୍ରତି ନିଜର କର୍ତଵ୍ୟ ଓ ନିଷ୍ଠା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ନାନିତ କରାଯାଇଥିଲା । ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷଟିଏ ହେବାପାଇଁ ପ୍ରେରିତ ଛାତ୍ର ଛାତ୍ରୀ ମାନେ ନିଜର ନୃତ୍ୟକଳା, ଅଭିନୟ ଦ୍ୱାରା ଦର୍ଶକ କୁ ବାନ୍ଧି ରଖିଥିଲେ ।















