No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ଦଳ ମିଶ୍ରଣ ପର୍ବ ରାଜ୍ୟ ବିଜେପି ଉପସଭାପତି ଡ଼ଃ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଓ ବୋଲଗଡ଼ ପୂର୍ବତନ ବିଜେପି ମଣ୍ଡଳ ସଭାପତି ତଥା ସଂଯୋଜକ ସୌମ୍ୟରଞ୍ଜାନ ବଳିୟାରସିଂହଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପର୍ବ ବିଜେପି କର୍ମୀ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ସାନପଦର ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଦଳେଇ ସାହି ଗ୍ରାମପଞ୍ଚୟତ ବରଷ୍ଠ ବିଜେପି କର୍ମୀ ଶରତ କୁମାର ଦଳାଇ, ସରପଞ୍ଚ ସୁଶାନ୍ତ କୁମାର ପରିଡା ରୁଦ୍ରନାରାୟଣ ବାହିନୀ ପତି ବେଗୁନିଆ ବ୍ଲକ ବିଜେପି ସଭାପତି ଅଜୟ କୁମାର ମାର୍ଥା ପ୍ରମୁଖ ଯୋଗଦେଇଥିଲେ ! ଭାରତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ନୀତି,

ଆଦର୍ଶରେ ଅନୁପ୍ରାଣିତ ହୋଇ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ, ବାଙ୍କୋଇ, ସାନପଦର, ଅସରଳା, ସାଗର ଗୁଆଁ ଓ ବେଗୁନିଆ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବହୁ ବିଜେଡି ଓ କଂଗ୍ରେସ କର୍ମୀ,କର୍ମକର୍ତ୍ତl ଏବଂ ଜନସାଧାରମାନେ ସ୍ଵ ଇଚ୍ଛାରେ ଆସି ମିଶ୍ରଣ ବିଜେପି ମିଶ୍ରଣ ପର୍ବରେ ଆଜି ସାମିଲ ଭାରତୀୟ ଜନତା ଦଳରେ ମିଶିଥିଲେ ! ରାଜ୍ୟ ବିଜେପି ଦଳର ଉପସଭାପତି ଡ଼ଃ ଯତୀନ ମହାନ୍ତି ବିଜେପି ଦଳରନୀତି ଆଦର୍ଶ,

ଏକତା ସହଁତି ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିଜେପି କର୍ମୀମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ ! ଆଗାମୀ ଦିନରେ ବିଜେପି ଦଳ ରାଜ୍ୟର ଲୋକମାନଙ୍କୁ ସୁଶାସନ, ସେବା, ପ୍ରତିଶ୍ରୁତି ପ୍ରଦାନ କାରି ଉର୍ନ୍ନତି ତଥା ବିକାଶର ଧାରା ଜାରି ରଖିବ ବୋଲି ଉପସଭାପତି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ! ପରିଶେଷରେ ସାନପଦର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result