ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ପଦ୍ମପୁର :- ପଦ୍ମପୁର,ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ବନୁପାଲି ଗ୍ରାମର ଜୟଶ୍ରୀ ମେହର ଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ଆନ୍ତର୍ଜାତିକ ୟୁଥ ଆଇକନ୍ ଆଓ୍ବାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩୫ଟି ଦେଶର ୧୦୦ ଜଣ କବି, ଗାଳ୍ପିକ ଓ ନାଟ୍ୟକାର ଅଂଶଗ୍ରହଣ କରିଥିଲେ । ଉକ୍ତ ୧୦୦ଜଣଙ୍କ ୩୫ଟି ଦେଶ ମଧ୍ୟରୁ କବିୟତ୍ରୀ ଜୟଶ୍ରୀ ମେହେର ୩୪ତମ ସ୍ଥାନ ଅଧିକାର କରି ଏହି ଆଓ୍ବାର୍ଡ ହାସଲ କରିଥିଲେ । ତାଙ୍କ କବିତା ମଧ୍ୟରେ ସମାଜର ବିଭିନ୍ନ ସମସ୍ୟା ଦେଖାଯିବା ସହ ରୋମାଣ୍ଟିକ କବିତା ଲେଖିଛନ୍ତି ଯାହା ପାଠକ ମହଲରେ ବେଶ ପ୍ରଶଂସିତ ।ତାଙ୍କ କବିତାରେ ଝରିପଡେ ନାରୀ ନିର୍ଯ୍ୟାତନା ଶୋଷଣ, ଓ ଅବହେଳିତ ମଣିଷର ଚିତ୍କାର ।
ତାଙ୍କର ଏହି ସଫଳତା ପରେ ପାଠକ ମହଲରେ ଖୁସି ଖେଲିବା ସହ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି । ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପ୍ରତିଷ୍ଠାତା ଓ ସମ୍ପାଦକ ମନୋଜ କୁମାର ପଣ୍ଡା , ଆଡଭାଇଜର ରୋହିଣୀ କୁମାର ବେହେରା ସମେତ ଏହାର ସଭାପତି ଭରତ ଚନ୍ଦ୍ର ଦାଶ , ସମ୍ପାଦକ ଦୀପକ କୁମାର ସ୍ୱାଇଁ ତଥା ଏହାର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସଫଳତାର ଶ୍ରେୟ ତାଙ୍କ ପିତାମାତାଙ୍କୁ ଦେବା ସହ ତାଙ୍କ ବଡ ଭାଇ ଓ ବଡ ଭଉଣୀଙ୍କୁ ଦେଇଛନ୍ତି । ଯାହାଙ୍କ ଆଶ୍ରିର୍ବାଦ ଓ ଉତ୍ସାହ ଆଜି ଏ ପର୍ଯ୍ୟନ୍ତ ପହଞ୍ଚାଇଛି । ତା ସହ ଗୁରୁଜନ , ପାଠକ ପାଠିକା ଓ ଶୁଭେଚ୍ଛୁ ମାନଙ୍କୁ ଦେଇଛନ୍ତି । ସୂର୍ଯ୍ୟୋଦୟ ସଂସ୍ଥା ର ସମ୍ପାଦକ ମନୋଜ କୁମାର ପଣ୍ଡା ତାଙ୍କୁ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ରେ ଦେଶ ତଥା ବିଦେଶରେ ପରିଚିତ କରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମତ ଦେଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)