No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଦଳା ସ୍ଥିତ ଗ୍ଲୋରିୟସ ଇଂଲିଶ ମିଡିୟମ ସିନିୟର ସେକେଣ୍ଡାରୀ ସ୍କୁଲ( ଜେମ୍ସ)ର ୩୨ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ନିର୍ଦ୍ଦେଶକ ଡ. ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵାଭାରେ ମୁଖ୍ୟଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଆଗକୁ ବଢ଼ିବା ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି; ତେଣୁ ସଠିକ୍ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଉଚିତ୍ ମାର୍ଗ ଜରୁରୀ ।

ସେଥିପାଇଁ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥୁ ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଭୁବନେଶ୍ଵରର ଭେଙ୍କଟେଶ୍ଵର ଇଂଲିଶ ମିଡିୟମ ସ୍କୁଲର ନିର୍ଦ୍ଦେଶକ ଡ. ହିମାଂଶୁ ଶେଖର ପତି, ବିଦ୍ୟାଳୟର ଚେୟାରମ୍ୟାନ ଦେବେନ୍ଦ୍ର ନାଥ ପତି,

ଓ ସଭାପତି ଆଡଭୋକେଟ ଅସ୍ମିତା ପତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅସମ୍ଭବ କୃତିତ୍ଵ ପଛରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଅବଦାନ ରହିଥିବାରୁ ସାଧୁବାଦ୍ ଜଣାଇଥିଲେ । ସ୍କୁଲର ପ୍ରିନ୍ସିପାଲ ନିରଞ୍ଜନ ପାଣିଗ୍ରାହୀ ସ୍ବାଗତ ଭାଷଣ ସହିତ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ

ସଫଳତା ଆଣିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶିଶୁବିଭାଗର ଡକ୍ଟର ଦେବାଶିଷ ମିଶ୍ର ନିଜର ବକ୍ତବ୍ୟ ରଖୁ କହିଥିଲେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଧୀନତା ଦେଇ ତାଙ୍କ ଉପରେ ସୂକ୍ଷ୍ମ ନଜର ରଖୁବା ଉଚ୍ଚିତ । ପରିଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ

ଅଭିଭାବକଙ୍କ ପକ୍ଷରୁ ପ୍ରଶଂସା କରିଯିବା ସହ ମୋ ମା ଏବଂ ଐଗିରି ନନ୍ଦିନୀ’ ଗୀତରେ ନାଚୁଥିବା କଳାକାରଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ସମୂହ ସାମିଲ ହୋଇଥିଲେ । ଉପାଧ୍ୟକ୍ଷ ସରୋଜ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ସମେତ ରଞ୍ଜନ ନାୟକ, ମମତା ନାୟକ, ଶ୍ରୀକାନ୍ତ ପାତ୍ର, ଧର୍ମେନ୍ଦ୍ର ବେହେରା, ବିମଳ ଚନ୍ଦ୍ର ମିଶ୍ର, ଦେବେନ୍ଦ୍ର ସାହୁ, ବିଶ୍ଵରଂଜନ ଜେନା, ଅରବିନ୍ଦ ଦାସ, ବିଶ୍ୱଜିତ ସାହୁ, ସୁଜାତା ପତି, ଦୀପା ସାମଲ, ଆଶୁତୋଷ ମିଶ୍ର, ଜ୍ୟୋତି ମିଶ୍ର, ସତ୍ୟଭାମା ସାହୁ, ମଧୁସ୍ମିତା ଲେଙ୍କା, ବିଦ୍ୟାଧର ଜେନା, ସୌରଭ ରାୟ ପ୍ରମୁଖ ଶିକ୍ଷକ/ଶିକ୍ଷୟତ୍ରୀ ଓ ଏବଂ କର୍ମଚାରୀ ସହଯୋଗ କରିଥିଲେ ।

No Result
View All Result