ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବିରିଡି ଓ କିଶୋରନଗର ଆଞ୍ଚଳିକ କମିଟି ପକ୍ଷରୁ ଗୁରୁବାର ବିରିଡି ବ୍ଲକ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପାର୍ଟିର ସତବାର୍ଷିକ ସମାରୋହ ପାଳିତ ହୋଇଯାଇଛି l କ୍ଷେତ ମଜଦୁର ୟୁନିୟନ ର ଜାତୀୟ ପରିଷଦ ସଭ୍ୟ ତ୍ରୈଲୋକ୍ୟ ନାଥ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିତି ଭାବେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀ ଭୂଷଣ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତ କୃଷକ ସଭାର ଉପସଭାପତି ଆଶିଷ କାନୁନଗୋ,

ବିରିଡି ଜୋନ ସିପିଆଇ ସମ୍ପାଦକ ଗୌରାଙ୍ଗ ଚରଣ ବୋଷ, ଏସ ୟୁ ସି ଆଇ ର ବିରିଡି ବ୍ଲକ ସମ୍ପାଦକ ମଙ୍ଗୁଳି ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ଅଜୟ ବେହେରା ଓ ଅଖିଳ ଭାରତ କୃଷକ ସଭା ରାଜ୍ୟ ପରିଷଦ ସଭ୍ୟ ନାରାୟଣ ଭୋଳ ଯୋଗ ଦେଇଥିଲେ l ସେମାନେ କହିଲେ ଆମ ପାର୍ଟି ର ମୁଖ୍ୟ ଉଦେଶ୍ୟ ହେଲା ଦୁନିଆର ମଜଦୁର ଓ ଖଟି ଖିଆ ମେହେନତି ମଣିଷ ଏକ ହୁଅ, ଦଳିତ ନିଷ୍ପେସିତ ମଜଦୁର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିପିଆଇ ତାର କାର୍ଯ୍ୟକ୍ରମ ଜାରିରଖିବ l
ଶୋଷଣ ବିହୀନ, ଶ୍ରେଣୀ ବିହୀନ ସମାଜ ଗଠନ ଦିଗରେ ସିପିଆଇ ଅଗ୍ରସର ହେବ ବୋଲି ଉପରୋକ୍ତ ବକ୍ତା ମାନେ ମତ୍ତ ବ୍ୟକ୍ତ କରିଛନ୍ତି l ପ୍ରାରମ୍ଭରେ ତତଲାପଦା ରୁ କର୍ମୀମାନେ ଏକ ଶୋଭା ଯାତ୍ରା ରେ ଆସି ସଭାସ୍ଥଳରେ ପହଂଚି ଥିଲେ l ପରେ ସିପିଆଇ ର ଶୁକଦେବ ସାହୁ ପାର୍ଟିର ପତାକାକୁ ଉତ୍ତୋଳନ କରିଥିଲେ l ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରି ଥିଲେ l
ଅତିଥି ପରିଚୟ ପ୍ରଦାନ କରିଥିଲେ କମ୍ରେଡ ନାରାୟଣ ଭୋଳ l ଏହି ଅବସରରେ ରିପୋର୍ଟର ବିଜୟ ରାଉତ, ପ୍ରଶାନ୍ତ ରାଉତ, ଅରୁଣ ଦାସ, ବସନ୍ତ ବେହେରା ବିଷ୍ଣୁ ବେହେରା, ସାଜିତ ଅଲ୍ଲୀ ଓ ବିଜୟ ସ୍ୱାଇଁ ଙ୍କୁ ପୁଷ୍ପଗୁଛ ଉପଢୌକନ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅବଶିଷ୍ଟ 8 ଜଣ ସମାଜ ସେବୀ ଓ ଦଳୀୟ କର୍ମୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ନିକୁଞ୍ଜ ବିହାରୀ ଭଞ୍ଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l














