ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବାଗଦେବୀ ବିଦ୍ୟା ମନ୍ଦିରର ୩୩ ତମ ବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନରେ ଦୁର୍ଗା ମାଧବ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପରିଚାଳନା ପରିଷଦର ସଭପତି ଦିଲ୍ଲୀପ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ପିତାମାତା ଓ ଗୁରୁଜୀଙ୍କର ମୁଖ୍ୟ ଭୂମିକା ରହିଛି ବୋଲି କହିଥିଲେ।

ବିଗିଡି ଯାଉଥିବା ସାମାଜିକ ବ୍ୟବସ୍ଥାକୁ ଆମକୁ ସଜାଡିବାକୁ ହେବ ବୋଲି ସ୍ଵତନ୍ତ୍ର ଅତିଥି କବି ତଥା ଗୀତିକାର ପଞ୍ଚାନନ ନାୟକ ଗୁରୁତ୍ଵ ଦେଇ କହିଥିଲେ। ମୁଖ୍ୟ ବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେଉଛି ତାହା ପିଲାମାନଙ୍କ ପାଇଁ ଅଧିକ ଉପକାରୀ ହେବ । ବିଦ୍ୟାଳୟର ପୁରାତନ ଛାତ୍ର ତଥା ବର୍ତ୍ତମାନ ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସନ୍ଦିପ୍ତ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କଠିନ ପରିଶ୍ରମ ଓ ଶୃଙ୍ଖଳିତ ଜୀବନ ଯାପନ ଦ୍ଵାରା ସଫଳତା ନିଶ୍ଚୟ ହାସଲ ହୋଇଥାଏ ।
ପ୍ରାରମ୍ ରେ ପ୍ରଦୀପ ପ୍ରଜ୍ବଳନ ପରେ ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ନାୟକ ସ୍ବାଗତ ଭାଷଣ ଦେଇ ଥିବାବେଳେ ଅଧ୍ୟକ୍ଷା ପବିତ୍ରା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ପୂର୍ବତନ ଛାତ୍ର ସଂଦିପ୍ତ ପାଣିଗ୍ରାହୀଙ୍କୁ ସମ୍ମାନିତ କରା ଯାଇଥିଲା। ତାଙ୍କର ପିତା ସୁଜନ ପାଣିଗ୍ରାହୀ ଏଠାରେ ଉପସ୍ଥିତ ଥିଲେ । ଏହାପରେ କ୍ରୀଡା,ବିଜ୍ଞାନ ମେଳା ଓ ତର୍କ,ପ୍ରବନ୍ଧ,

ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଫଳକ ଇତ୍ୟାଦି ପ୍ରଦାନ କରାଯାଇଥିଲା।ସର୍ବଶେଷରେ ଶିଶୁ କଳାକାର ମାନେ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଗଙ୍ଗାଧର ଓଝା, ଶିକ୍ଷୟତ୍ରୀ ଲିପିକା ପ୍ରଧାନ,ପୁଷ୍ପାଞ୍ଜଳି ଜେନା, ମିତାଲୀ ସ୍ୱାଇଁ,ମଧୁସ୍ମିତା ଜେନା,ସବିତା ମୁଖୀ,ଉର୍ମିଳା ସେନାପତି,ସୁକାନ୍ତି ଷଡ଼ଙ୍ଗୀ, ରଶ୍ମିତା ପାଲ, ଜ୍ୟୋତ୍ସ୍ନା ରାଣୀ ସାହୁ,ସସ୍ମିତା ପ୍ରଧାନ, ଓକ୍କଲିନ ନିଶା,ସବିତା ସାମଲ,ରଞ୍ଜୁଲତା ସାହୁ,ସୁନୀତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେରେ ସହଯୋଗ କରିଥିଲେ।













