No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଡ଼ି. ଏ. ଭି. ପବ୍ଲିକ୍ ସ୍କୁଲ୍ ର ୨୫ ତମ ବାର୍ଷିକ କ୍ରୀଡାଉତ୍ସବ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ରୀଡାଙ୍ଗନ ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ପୌରହିତ୍ୟ କରିଥଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଡ଼ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଖେଳମାଧ୍ୟମରେ ଶରୀର ଗଠନ ସହ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରିବା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ପ୍ରଦ୍ଵୀପ ପ୍ରଜ୍ବଳନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ଖେଳଶିକ୍ଷକ ଶ୍ରୀଯୁକ୍ତ ରାଜୀବ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯକ୍ରମ ସୁଚାରୁରୂପେ ସମ୍ପାଦନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅତିଥି ଖେଳ ଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ବିଭାଗରେ ପ୍ରତ୍ୟୁଷ କୁମାର ସାହୁ, ସର୍ବକନିଷ୍ଠ ବର୍ଗରେ ସାଇ ଅଭିଲିପ୍ସା ନାୟକ, କନିଷ୍ଠ ବର୍ଗରେ ଆୟତ ଜାହନ ପର୍ବିନ୍ ଓ ସୌମ୍ୟା ମଣ୍ଡଳ , ମଧ୍ୟମ ବର୍ଗରେ ସାଇ ପ୍ରସାଦ ମଙ୍ଗରାଜ ଓ ବରିଷ୍ଠ ବର୍ଗରେ ଜଗନ୍ନାଥ ମହାପାତ୍ର ଚମ୍ପିୟାନ ହୋଇଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠା ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result