ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ରଣପୁର / ରିପୋର୍ଟ ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲାର ରଣପୁର ବିଧାୟକ ଏବେ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିବା ପରେ ନିର୍ବାଚନ ମଣ୍ଡଳୀରେ ଜନସଧାରଣ ଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାର ଚାରି ବିଧାୟକଙ୍କ ଭିତରୁ ତିନି ଜଣ କରୋନା ସଂକ୍ରମିତ ହୋଇ ସାରିଲେଣି । ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ , ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,କରୋନା ରେ ଆକ୍ରାନ୍ତିତ ସେମାନଙ୍କ ମଧ୍ୟରୁ ଦୁଇ ବିଧାୟକ ଯଥା ମନ୍ତ୍ରୀ ଡ଼ଃ ଅରୁଣ ସାହୁ , ବିଧାୟକ ସୌମ୍ୟ ରଞ୍ଜନ ପଟନାୟକ ସୁସ୍ଥ ଅଛନ୍ତି ।
ଈଶ୍ୱରଙ୍କ କୃପାରୁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୁସ୍ଥ ହୋଇ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ବିଧାୟକ ସତ୍ୟ ନାରାୟଣଙ୍କ ଆତ୍ମୀୟ ଲୋକ ଗତ କିଛି ଦିନ ହେବ ଏହି ମହାମାରୀ କରୋନା ରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ଓଡିଶା ତାଜା ନ୍ୟୁଜ୍ ପକ୍ଷରୁ ନୟାଗଡ଼ ଜିଲ୍ଲା ର ରଣପୁର ବିଧାୟକ ଙ୍କ କରୋନା ରେ ଆକ୍ରାନ୍ତ ପରିପ୍ରେକ୍ଷୀରେ ଆଶୁ ଆରୋଗ୍ୟ କାମନା କରୁଛୁ । କିନ୍ତୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ, ପରିବାର ବର୍ଗ, ବ୍ୟକ୍ତିଗତ କର୍ମଚାରୀ, ସାଧାରଣ ଜନତା ଏପରିକି ବିଭିନ୍ନ ପଦସ୍ତ ସରକାରୀ କର୍ମଚାରୀ ଭୟଭୀତ ହେବା ସ୍ବାଭାବିକ । ଏଥିରୁ ଜିଲ୍ଲାରେ କରୋନାର ସଂକ୍ରମଣର ପ୍ରଭାବ ଅନୁମେୟ । ସୁତରାଂ ସମ୍ପୂର୍ଣ୍ଣ ଜିଲ୍ଲା ଏକପ୍ରକାର ଅସୁରକ୍ଷିତ କହିବାକୁ ହେବ । ତେଣୁ ଯଥେଷ୍ଟ ନମୁନା ପରୀକ୍ଷା ସହ ପ୍ରତିଶୋଧକ ବ୍ୟବସ୍ଥା ଓ କୋଭିଡ ନିୟମକୁ ଜିଲ୍ଲାରେ ଅଧିକ କଡାକଡି ଲାଗୁ କରିବାକୁ ଗୁରୁତ୍ୱ ଦେବାର ଆବଶ୍ୟକତାକୁ ଗମ୍ଭୀରତାର ସହ ବିଚାରକୁ ନିଆଯାଉ ।