ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ଚାନ୍ଦପୁର :- ରଣପୁର ବ୍ଲକର ଚାନ୍ଦପୁର ପଥର ଖଣି ସରକାରୀ ନିୟମ କୁ ନମାନି ନିଲାମ ନେବା ପାଇଁ କୌଣସି ଦରଖାସ୍ତ ଦାଖଲ ନକରି ଜବରଦସ୍ତି ବେଆଇନ ପଥର ଖଣି ଉପରେ ଅଧିକାର କରୁଥିବା ଖଣିମାଫିଆ, ବେଆଇନ ଦଲାଲ ଙ୍କ କଳା କାରନାମା ଶେଷ କରିବାକୁ ଲାଗି ପଡ଼ିଛି ରଣପୁର ବ୍ଲକର ଚାନ୍ଦପୁର ପୋଲିସ ପ୍ରଶାସନ । ଗତ ରାତିରେ ରଣପୁର ତହସିଲଦାର ଙ୍କ ସମେତ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ୧୧ ଟି ପଥର ଖଣି ଉପରେ ଚଢଉ କରିଥିବାର ଜଣାଯାଇଛି ।
ଯେପରିକି କଦମଝୋଲା,କୁଶପଲ୍ଲା,କୁକୁଡ଼ାଝରି,ମୟୁରଝୁଲିଆ ଇତ୍ୟାଦି, ପୂର୍ବରୁ ପଥର ଖଣି ରୁ ପଥର ଗାଡି ଜବତ ହେବା ପରେ ରଣପୁର ଅଞ୍ଚଳର ଖଣି ମାଫିଆ ମାନଙ୍କର ବେଆଇନ ପଥର ବେପାରରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଖୋର୍ଦ୍ଧା,ଟାଙ୍ଗି ଅଞ୍ଚଳର ଖଣି ମାଫିଆଙ୍କ କିଛି ଖଣି ଉପରେ ଥିବା ବେଆଇନ ରାଜ୍ କୁ ଭଣ୍ଡୁର୍ କରିଦେଇଛି ପୋଲିସ୍ । ଉକ୍ତ ଖଣିରେ ଚଢଉ କରି ପୋଲିସ ଲକ୍ଷାଧିକ ଟଙ୍କାର କଂପ୍ଲେସର୍ ମେସିନ , ଷ୍ଟୋନ୍ କଟର ଇତ୍ୟାଦି ଜବତ କରି ଥାନା ଏକ ଏତଲା ଦାୟର କରାଯାଇଛି । ସରକାରଙ୍କ ନିୟମାନୁସାରେ ଜୁଲାଇ ୨୮ ତାରିଖରେ ପଥର ଖଣି ନିଲାମ ଡକାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଥର ବେପାରୀ ଗୋଟିଏ ହେଲେ ନିଲାମ ପକେଇନଥିବାର ସୂଚନା ମିଳୁଛି ।
ଖଣି ମାଫିଆଙ୍କ ନିଲାମ ପଥରଖଣି ବ୍ୟତୀତ ବେଆଇନ ପଥର ବେପାର ର ମୋହ ବଢ଼ିବାକୁ ଲାଗୁଛି । ଏହାକୁ ଦୃଷ୍ଟି ରେ ରଖି ସରକାର ଙ୍କ ଆଦେଶ କ୍ରମେ ତହସିଦାର୍ ଓ ଆଇଆଇସି ଙ୍କ ପକ୍ଷରୁ ସମସ୍ତ ବେଆଇନ ଖଣି କାରବାର ଉପରେ ଚଢଉ କରାଯାଉଅଛି । ଏହାବ୍ୟତୀତ କେସ୍ ନମ୍ବର ୯୦/୨୦ ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି । କିଛି ବିଶେଷସୂତ୍ରରୁ ପ୍ରକାଶ ଯେ ରଣପୁରରୁ ଆଇଆଇସି ରଶ୍ମି ରଞ୍ଜନ ଦାସ୍ ଙ୍କୁ ଜିଲ୍ଲା ପୋଲିସ ପ୍ରସାଶନ ପକ୍ଷରୁ ବେଆଇନ୍ ଖଣି ଖାଦନ ବେପାର ର ଅନ୍ତଃ ଘଟାଇବା ପାଈଁ ଚାନ୍ଦପୁର ଆଇଆଇସି ଭାବେ ନିଯୁକ୍ତ କରାଯାଇଛି । ଏଣିକି ସରକାରୀ ପଥରଖଣି ର ସୁରକ୍ଷା ପାଇଁ ପୋଲିସ ଓ ପ୍ରଶାସନ ର ତତ୍ପରତା ବୃଦ୍ଧି ପାଇଛି ।