No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଇପିଏ ଉଇକ୍ଲିର ୨୮ ତମ ବାର୍ଷିକ ଉତ୍ସବରେ ଅତିଥିଙ୍କ ମତପ୍ରକାଶ ପ୍ରଯୁକ୍ତି ବିଦ୍ୟା ପାଇଁ ଆଜି ବୈଦ୍ୟୁତିକ ଗଣମାଧ୍ୟମ ଯଦିଓ ଲୋକଙ୍କ ନିକଟରେ କମ୍ ସମୟ ମଧ୍ୟରେ ପହଞ୍ଚି ପାରୁଛି ତଥାପି ମୁଦ୍ରିତ ଗଣମାଧ୍ୟମର ବିକଳ୍ପ ନାହିଁ। କାରଣ ଆଜିର ପ୍ରିଣ୍ଟ କାଲିର ହିଷ୍ଟ୍ରି । କେବଳ ନିରପେକ୍ଷତା ଓ ସତ୍ୟ ଉପରେ ଆଧାରିତ ଗଣମାଧ୍ୟମ ତିଷ୍ଠିବା ସମ୍ଭବ ବୋଲି ଇପିଏ ଉଇକ୍ଲିର ୨୮ ତମ ବାର୍ଷିକଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଅଶୋକନଗର ସ୍ଥିତ ଇପିଏ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଥିଲେ ଯେ, ସ୍ୱର୍ଗତ ଅନୀଲ ବାବୁ ତାଙ୍କ ଫଟୋ ସାମ୍ବାଦିକତା ଜରିଆରେ ବିଭିନ୍ନ ସମସ୍ୟା ବଳିକୁ ବାନ୍ଧି ରଖିଥିଲେ। ଏପରିକି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ପ୍ରିୟ ହେବା ସହ କାର୍ଯ୍ୟକଳାପକୁ ନେଇ ବିଜୁ ଫଟୋ ଗ୍ୟାଲେରୀ ସୃଷ୍ଟି ସାଙ୍ଗକୁ ନୂତନ ପିଢୀଙ୍କୁ ତାଙ୍କ ସମ୍ପର୍କରେ ଜାଣିବାକୁ ସୁଯୋଗ ଦେଇଛନ୍ତି।
ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଛାତ୍ର ଜୀବନରୁ ଅନୀଲ ବାବୁଙ୍କ ସମ୍ପର୍କରେ ଆସିବା ସହ ଇପିଏରେ ଥିବା ଫଟୋ ଅର୍ଦ୍ଧଶତାର୍ଦ୍ଧିର ଇତିହାସ ବୋଲି କହିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାପ୍ତାହିକ ଯାହା ସତ୍ୟ ଓ ଅନିସନ୍ଧିତ୍ସୁ ଆଧାରିତ ହୋଇଥିବାରୁ ସାଧାରଣ ପାଠକ ମହଲରେ ଆଦୃତ ହେଉଛି। ତେଣୁ ଏହା ଯେପରି ଆଗକୁ ବଢୁ ତାହା ସେ ଆଶା କରିଥିଲେ।
ବାର୍ତ୍ତା ସମ୍ପାଦକ ମୂରଲୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ସମ୍ପାଦିକା ଶ୍ରୀମତୀ ଅଞ୍ଜଳି ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଇପିଏ ପରିଚାଳନା ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ପତି ସ୍ୱାଗତ ଭାଷଣ, ପରିଚାଳନା ସମ୍ପାଦକ ଲଳିତ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଡାକ୍ତର ଅନୁରାଗ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପ୍ରାରମ୍ଭରେ ଅନୁଷ୍ଠାନର ଅନ୍ୟତମ ସହଯୋଗୀ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର, ବିରୁ ସାହୁଙ୍କ ବିୟୋଗରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା ।

No Result
View All Result