ରଣପୁର - (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପ୍ରତି ବର୍ଷ ଭଳି ଚଳିତ ବର୍ଷ ଖୁବ୍ ଜୋରସୋରରେ ୫ ଦିନ ପାଇଁ ଆୟୋଜିତ ହେବାକୁ ଯାଉଛି ରଣପୁର " ଅର୍ଜୁନ - ୨୦୨୬" ମହୋତ୍ସବ । ଯାହାର ପୂର୍ବ ପ୍ରସ୍ତୁତି ବୈଠକ ମା’ ମଣିନାଗ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି, ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତାରେ ଉକ୍ତ ବୈଠକ ର ଆୟୋଜନ କରାଯାଇଥିଲା । ସମ୍ପାଦକ ସ୍ୱରାଜ ମହାନ୍ତି ଏବଂ ଚେୟାରମ୍ୟାନ୍ ରଙ୍ଗୀନ ମହାନ୍ତି ଙ୍କ ସହଯୋଗରେ କମିଟି ର ଅନ୍ୟାନ୍ୟ ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ସମସ୍ତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଆସନ୍ତା ଜାନୁୟାରୀ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସ୍କୃତିକ କାର୍ଯ୍ୟକ୍ରମ ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ଯେଉଁଥିରେ ମହୋତ୍ସବ ର ପ୍ରଥମ ଦିବସ ରେ ଶହୀଦ ରଘୁନାଥ ମହାନ୍ତି, ଦ୍ୱିତୀୟ ଦିବସ ଶହୀଦ ଦିବାକର ପରିଡ଼ା, ତୃତୀୟ ଦିବସ ଶହୀଦ ଅର୍ଜୁନ ରାଉତ, ଚତୁର୍ଥ ଦିବସ ଭକ୍ତ କବି ଭକ୍ତ ଚରଣ ଦାସ ଓ ପଞ୍ଚମ ଦିବସ ରାଜ୍ୟର ପ୍ରଥମ ମହିଳା ସ୍ୱାସ୍ଥ୍ୟ ମନ୍ତ୍ରୀ ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ନାମରେ ଉତ୍ସର୍ଗ କରାଯିବ ବୋଲି ସର୍ବ ସମ୍ମତି ପ୍ରକାଶ ପାଇଛି ।

ପାଞ୍ଚ ଦିନିଆ ଏହି ମହୋତ୍ସବର ପ୍ରତ୍ୟେକ ଦିବସକୁ ମହାନ ବ୍ୟକ୍ତିତ୍ୱଙ୍କ ନାମରେ ଉତ୍ସର୍ଗ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଓଡିଶା ର ଐତିହ୍ୟ, ଲୋକକଳା ଓ ଦେଶଭକ୍ତିର ଏକ ଅନୂପମ ସମନ୍ୱୟ ସ୍ଥାନୀୟ ଜନସାଧାରଣଙ୍କ ମନକୁ ଆନ୍ଦୋଳିତ କରିବ ବୋଲି ଆଶା ପ୍ରକାଶ ପାଇଛି । ଏଥି ସହିତ ଜନ ସାଧାରଣଙ୍କ ପାଇଁ ପ୍ରତିଟି ସଂଧ୍ୟା କୁ ଆକର୍ଷଣୀୟ କରିବା ପାଇଁ କଳାକାର ଙ୍କ ଯୋଗଦାନ ଓ ବିଶେଷ ନୃତ୍ୟ ପରିବେଷଣର ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ଓ ସଫଳ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତାହା ଦିଗରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା ।