No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭା ମାନଙ୍କୁ ଆଲୋକକୁ ଆଣିବାରେ ପ୍ରତୀଭା ଅନ୍ୱେଷଣ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ଅନୁଷ୍ଠାନ ଦୀର୍ଘ ଆଠ ବର୍ଷ ଧରି ଏହି ତ୍ରୟ ଦିବସିୟ କାର୍ଯ୍ୟକ୍ରମ କୁ ସୁଚାର ରୂପେ ସମ୍ପାଦନ କରି ଧନ୍ୟବାଦ ର ପାତ୍ର ହୋଇଛନ୍ତି ବୋଲି ପ୍ରତିଭା ଅନ୍ୱେଷଣ ର କବିତା ଆସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l
ଶୁକ୍ରବାର ମଧ୍ୟଶାସନ ଉତ୍ତରଶାସନ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କବିତା ଆସରରେ କବି ବାମଦେବ ସ୍ୱାଇଁ ଙ୍କ ସଭାପତିତ୍ୱତରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ପ୍ରଦୀପ୍ତ ଆଚାର୍ଯ୍ୟ, ଡ଼ଃ ବସୁମତୀ ଶତପଥୀ, ଯୋଗ ଦେଇଥିଲେ l ଆସରକୁ ସଂଯୋଜନା କରିଥିଲେ କବୟିତ୍ରୀ ଛବିରାଣୀ ପତି ଓ ଉମାକାନ୍ତ ରଥ l
ଏହି କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଥିଲା l ବିଶେଷ କରି ଏହି ତିନିଦିନ ବ୍ୟାପି କାର୍ଯ୍ୟକ୍ରମ ରେ ନୃତ୍ୟ, ସଂଗୀତ, ବାଦ୍ୟ, ଗଣିତ, ଇଂରାଜୀ ପଠନ, ବକ୍ତୃତା, ସାମୁହିକ ନୃତ୍ୟ, ଏକକ ଅଭିନୟ, ଶରୀର ବିଜ୍ଞ୍ୟାନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ମୁରୁଜ, ପୁଚି, ଦୌଡ଼ି ଡିଆଁ, ଗୀତା ପଠନ,
ତବଲା ବାଦନ, ମିୟୁ ଜିକ ଚେୟାର, ଓଡ଼ିଆ ପଠନ ଆଦି ପ୍ରତିଯୋଗିତା କରାଯାଇଥିଲା l ଏଥିରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା l ଏଥି ସହ ବିଭିନ୍ନ ପାରଦର୍ଶିତା ଥିବା ବ୍ୟକ୍ତିଙ୍କୁ ସନ୍ନମାନିତ କରାଯାଇଥିଲା l ଅନୁଷ୍ଠାନର ସଭାପତି ବିଭୂପ୍ରସାଦ ଦାଶ ସମ୍ପାଦକ ବିଶ୍ୱରଂଜନ ଦାଶ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
ସହଯୋଗ କରିଥିଲେ ସୁଶାନ୍ତି ପଣ୍ଡା, ଶୁଭ୍ରାଂଶୁ ପଣ୍ଡା, ସଂଗୀତା ପଣ୍ଡା, ମାଳତୀ ରଥ, ଶୁଚିସ୍ମିତା ପଣ୍ଡା କବିତା ନନ୍ଦୀ, ପତିତପାବନ ଜେନା, ଅଜୟ ମହାରଣା, ଓ ରାଜେଶ ଦାଶ l ପ୍ରତ୍ବେକ ଦିନ ଦର୍ଶକ ଭରପୁର ହୋଇ ପ୍ରତିଯୋଗୀ ମାନଙ୍କୁ ଉଚ୍ଚା ହିତ କରୁଥିଲେ l

No Result
View All Result