No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଶିଶୁ କିଶୋର ଶିଶୁ ସାହିତ୍ୟ ଏକାଡେମୀ ଭୁବନେଶ୍ବର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ସ୍ଥାନୀୟ ଜି ଆର ପେଲେସ ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ନିର୍ଝରିଣୀର ଚତୁର୍ଦ୍ଦଶ ବାର୍ଷିକ ସାରସ୍ଵତ ସମାରୋହ ପାଳିତ ହେବ ତେଣୁ ଆଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା,

ସଙ୍ଗୀତ, ରଚନା, ଚିତ୍ରାଙ୍କନ,କବିତା ଲିଖନ, ଗଳ୍ପ ଲିଖନକରାଯାଇଥିଲା । ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଏକ ପ୍ରେସ ବିବୃତିରେ ଜଣେଇଛନ୍ତିଯେ ଏହି ସମ୍ମିଳନୀରେ ଉତ୍ତରାଖଣ୍ଡ, ଛତିଶଗଡ, ରାଜସ୍ଥାନ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି, ଲେଖକ, ସମାଜସେବୀ, କଳାକାର ଯୋଗ ଦେବେ ।
ସମ୍ମିଳନୀରେ ଶିଶୁ ସଭା, ଶିଶୁ ସାହିତ୍ୟ ଆଲୋଚନା, ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।ଆଜିର କାର୍ଯ୍ୟକ୍ରମରେ ସଭାପତି ରାମଚନ୍ଦ୍ର ସାହୁ,ସୂର୍ଯ୍ୟକାନ୍ତ ରଣା, ଡ.ନାରାୟଣ ମିଶ୍ର,ଅଞ୍ଜଳି ମାଝୀ,ନିରୁପମା ମିଶ୍ର, ନରେନ୍ଦ୍ର ସୁନା, ବିରଞ୍ଚି ଖର୍ସେଲ,ପ୍ରଭାତ ମିଶ୍ର, ଧନସିଂ ମାଝୀ, ଦଶମନ ମହାନନ୍ଦ, ମାନସ ଜାଲ,କିଶୋର ବରିହା ଉପସ୍ଥିତ ଥିଲେ ।

No Result
View All Result