ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଡିସେମ୍ବର ୨୫ ବଡଦିନ ଓ ଜାନୁଆରୀ ୧ ତାରିଖ ନୂଆବର୍ଷ ପାଇଁ ଭକ୍ତ ଦର୍ଶନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡିଛି ପ୍ରଶାସନ । ଚଳିତବର୍ଷ ପ୍ରବଳରୁ ଅତି ପ୍ରବଳ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ,ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ବ୍ଯବସ୍ଥାକୁ ସୁରୁଖୁରୁରେ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ମାର୍କେଟ ଛକ ଠାରୁ ବାଉଁଶ ବାଡ ଭିତରେ ଭକ୍ତ ମାନେ ପ୍ରବେଶ କରି ଦର୍ଶନ ଉଦେଶ୍ଯରେ ଧାଡିରେ ଯିବେ ।

ପୋଲିସ ପକ୍ଷରୁ ମଝି ଲୁହା ବାଡରେ ପୋଲିସ ଠିଆ ହୋଇ ଭକ୍ତଙ୍କ ଭିଡ ନିୟନ୍ତ୍ରଣ କରିବେ । ଖରାରୁ ରକ୍ଷା ପାଇବା ପାଇଁ ଉପରେ ତମ୍ବୁ ପାଲ ପକାଇଥିବା ବେଳେ ତଳ ଓ ସାଇଡ ପାର୍ଶ୍ବରେ କପଡା ଲଗାଯାଉଛି । ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଉଛି । ସେହିପରି ବଡଦିନ ଓ ନୂଆବର୍ଷ ପାଇଁ ସମୁଦ୍ରକୂଳରେ ଥିବା ହୋଟେଲ ଗୁଡିକ ରଙ୍ଗ କରାଯିବା ସହ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଉଛି । କେତେକ ହୋଟେଲରେ ମିଡ ଡେ ନାଇଟ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ନଭେମ୍ବର ମାସ ପ୍ରଥମ ସପ୍ତାହରୁ ନୂଆବର୍ଷ ପାଇଁ ହୋଟେଲ ମାନଙ୍କରେ ଥିବା ୮୦ ପ୍ରତିଶତ ରୁମ ବୁକିଂ ପ୍ରାୟତଃ ଶେଷ ହୋଇଯାଇଛି । ପେଣ୍ଟକଟା ବିଚ ଠାରୁ ଷ୍ଟର୍ଲିନ ବିଚ ପର୍ଯ୍ଯନ୍ତ ସାତ କିଲୋମିଟର ସମୁଦ୍ର ବାଲିକୁ ସଫେଇ କରାଯାଉଛି । ସମୁଦ୍ର କୂଳ ଓ ହୋଟେଲ ମାନଙ୍କରେ ପ୍ରବଳ ଗହଳି ରହିବ । ହରିହର ଛକ, ଦିଗବାରେଣୀ ଛକ, ପୁରୀ ହୋଟେଲ ସମ୍ମୁଖ, ଚୈତନ୍ୟ ଛକ ଓ ସ୍ବର୍ଗଦ୍ବାର ଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାକେଦମ ହବାର ସମ୍ଭାବନା ରହିଛି । ପୁଟଫାଥ ଗୁଡିକୁ ପରିସ୍କାର କରାଯିବା ସହ ସୌନ୍ଦର୍ଯ୍ୟକରଣ ବତୀଖୁଣ୍ଟ ଗୁଡିକ ସବୁ ଲାଇଟ ଗୁଡିକ ତନଖି କରି ଆଲୋକିତ ପାଇଁ ଜୋରଦାର ପ୍ରୟାସ ଚାଲିଛି ।















