ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ଗତକାଲି ଥିଲା ସତ୍ୟବାଦୀ ନିମନ୍ତେ ଏକ ଅଶୁଭ ଦିନ l ଦିନରେ ବୋମା ମାଡ଼ ଘଟଣା ପରେ ରାତି ସାଢେ 10 ଟା ସମୟରେ ଏକ ଛୁରା ମାଡ଼ ଘଟଣା ଘଟିଅଛି l ଶନିବାର ରାତି ସାଢେ 10 ଟା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ,

ସାକ୍ଷୀଗୋପାଳ ସମ୍ମୁଖରେ ସାନ କାଞ୍ଜିଆ ଗ୍ରାମର ଶମ୍ଭୁ ସାହୁ (୨୦)ଙ୍କୁ କେତେ ଜଣ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିବା ସହିତ ଛୁରା ମାଡ଼ କରିଥିଲେ l ତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଆଘାତ ହୋଇଅଛି l ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଏହି ଘଟଣାରେ ସତ୍ୟବାଦୀ ପୋଲିସ ଦୁଇ ଜଣଙ୍କୁ କାବୁ କରିଛି।













