No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଉଦଘାଟନ କରିବାସହ ଆୟୋଜିତ ଛାତ୍ରୀ ଛାତ୍ର ମାନେ କରିଥିବା ପାଭିଲିୟନ ଓ ଖାଦ୍ୟ ଦୋକାନ ବୁଲି ଦେଖିବା ସହିତଛାତ୍ର ଛାତ୍ରୀ ମାନଙ୍କ ଠାରୁ ଖାଦ୍ୟ କିଣି ଖାଇଥିଲେ। କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଉତ୍ସବ ସ୍ବତନ୍ତ୍ର ପରିକଳ୍ପନା ବାସ୍ତବତାରେ ପରିଣତ ହୋଇଛି।

ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ନିମନ୍ତେ ଆୟୋଜିତ ଉତ୍ସବରେ ସେମାନେ ନିଜର ଚିନ୍ତା ଚେତନା ସଫଳ ପ୍ରଦର୍ଶନ କରିବାକୁ ସୁଯୋଗ ପାଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି ଓ ସ୍ନେହାଶ୍ରୀ ବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସଭ୍ୟା ବିଷ୍ଣୁପ୍ରିୟା ବରାଳ, ସମିତି ସଭ୍ୟ ତଥା ବରିଷ୍ଠ ନେତା ଦିପକ କୁମାର ଶତପଥି,
ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ, ପ୍ରଧାନ ଶିକ୍ଷକ ନିରଞ୍ଜନ କର, ଯୋଗେଶ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାସ, ବିଜୟ କୁମାର ପରିଡା, ବନମାଳୀ ବେହେରା, ଆଲୁମିନି ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟ ଐତିହ୍ୟ, ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ୟୈଶଳ, କ୍ରୀଡାଙ୍ଗନ, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଜାଦୁଇ ପିଟାରି, ଭିଜନ ୨୦୩୬ ର ପରିକଳ୍ପନା ଚିତ୍ର, ମକ୍ ବ୍ୟାଙ୍କ ଏବଂ ଛାତ୍ରୀ ଛାତ୍ର ମାନେ ପ୍ରସ୍ତୁତ କରିଥିବା ଖାଦ୍ୟର କାରବାର ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଛାତ୍ର ମାନେ କ୍ଷୁଦ୍ର ନାଟକ, ନୃତ୍ୟ ନାଟିକା, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।

No Result
View All Result