ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚେଇଥିବା ବେଳେ ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର, ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ଅଞ୍ଚଳରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରିବା ସହ ଅନେକ ଲୋକଙ୍କ ବିରି,ମୁଗ,କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ।















