ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶାର ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର । କଳା, ସଂସ୍କୃତି, ଐତିହ୍ଯ,ପରମ୍ପରା, ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ପୁରୀ ପ୍ରସିଦ୍ଧ । ୪ ଜୁଲାଇ ୨୦୨୫ରେ ଓଡିଶାର ଲୋକପ୍ରିୟ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌରସଂସ୍ଥାକୁ ମହାନଗର ନିଗମ କରିବା ପାଇଁ ଘୋଷଣା କରିଥିଲେ । ମହାନଗର ନିଗମ ପାଇଁ ଲୋକସଂଖ୍ଯା ବଢାଇବା ଉଦେଶ୍ଯରେ କେତେକ ପଞ୍ଚାୟତ ଓ ଗ୍ରାମକୁ ସାମିଲ କରାଯାଇ ଡ୍ରାଫ୍ଟ ଚିଠା ପୌରସଂସ୍ଥା ଜରିଆରେ ସରକାରଙ୍କୁ ପଠାଯାଇଛି ।
















