ରାୟଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସାମ୍ୱାଦିକ ମାନଙ୍କ ଏକତା ରହିଲେ ସେମାନଙ୍କ ଅଧିକାର ହାସଲ ସମ୍ଭବ ହେବ । ଖାଲି ସେତିକି ନୁହେଁ, ସମାଜ ଗଠନ ଓ ଦୁର୍ନୀତି କ୍ଷେତ୍ରରେ ସୁଧାର ଆସି ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ସ୍ଥାନୀୟ ଲାୟନ୍ସ କ୍ଳବ ପରିସରରେ ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୂଝ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ “ପ୍ରିୟ ଖବର” ସମ୍ପାଦକ ରାଜ କିଶୋର ଦାସ ଯୋଗ ଦେଇ ସାମ୍ୱାଦିକ ଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି ।
ସାମ୍ୱାଦିକ ମାନେ ଏକ ହେଲେ ତାଙ୍କର ଅଧିକାର ଓ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସମାଜର ମଙ୍ଗଳ ପାଇଁ ଦେବଦୂତ ସାଜି ଥାଆନ୍ତି ବୋଲି କହିଛନ୍ତି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବି ପ୍ରଦୀପ କୁମାର ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି ସାମ୍ୱାଦିକ ଙ୍କୁ ସେମାନଙ୍କ ର ଅଧିକାର ଯୋଗାଇବା ଓ ସୁରକ୍ଷା ଦେବା ସରକାର ଙ୍କ ମୁଖ୍ୟ ଦାୟିତ୍ଵ ଅଟେ ବୋଲି ମତ ଦେଇଛନ୍ତି ।














