ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର ) ଢେଙ୍କାନାଳ :- ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଆରକ୍ଷୀ ଅଧିକ୍ଷକଙ୍କ ତତ୍ବାବଧାନରେ ଏବଂ ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ବରେ ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ରାଣୀ ବଣିଆ ଖଣି ଖାଦାନରେ ଅଚାନକ ଚଢ଼ାଉ କରି ୫ଟି ଟିପର ଜବତ କରିଛନ୍ତି । ଜବତ ଟିପର ଗୁଡ଼ିକୁ ଗୁଡିଆ କାଟେଣୀ ପୋଲିସ ଜିମାରେ ରଖାଯାଇଛି । ସେହିପରି ଆଜି ଅପରାହ୍ନରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଅଞ୍ଚଳରୁ ଗୋଟିଏ ପଥର ବୋଝେଇ ଟିପର ଏବଂ ଗୋଟିଏ କମ୍ପ୍ରେସର୍ ମେସିନ୍ ଜବତ କରାଯାଇ ଟିପର ମାଲିକ ଠାରୁ ୭୧,୦୮୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜବତ ଟିପର ବାଲିମୀ ଥାନାରେ ରଖାଯାଇଛି ।
ଏଥି ସହିତ ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ ଗେଙ୍ଗୁଟିଆ ଗ୍ରାମରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୧୦,୩୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ସୂଚନାଯୋଗ୍ୟ ଏହି ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଚଢାଉ କରାଯାଇ ୪,୯୦,୯୨୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ସହଯୋଗରେ ଏହି ବ୍ରତ ଧରଣର ସଫଳ ହୋଇପାରିଛି । ବିନା ଟ୍ରାନଜିଟ୍ ପରମିଟ୍ ପେପର୍ ଓ ବିନା ଡିନ୍ ନମ୍ବରରେ କୌଣସି ଗାଡ଼ି ଲଘୁ ଖଣିଜ ଦ୍ରବ୍ୟର ଚାଲାଣ ନକରିବାକୁ ସମସ୍ତ ଗାଡି ମାଲିକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ( ରିପୋର୍ଟ-ଅମର ରଞ୍ଜନ ଦାସ )