No Result
View All Result
ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) :- ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଆଦିବାସୀ ବାଳିକା ବିଦ୍ୟାପୀଠ ପରିସରରେ ଗଜପତି ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ -2025 ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍ଗୁନୀ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୋଷାଧକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର,ରାଜ୍ୟ ଓଷ୍ଟା ଉପସଭାପତି ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ,

ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ବ୍ରଜ କିଶୋର ବିଶ୍ୱାଳ, ଶ୍ରୀ ବି ତିରୁମାଲା ପଟ୍ଟନାୟକ, ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ବୃନ୍ଦାବନ ବିଶ୍ୱାଳ, ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା, ରାଜ୍ୟ ଇ ସି ସଦସ୍ୟ ଶ୍ରୀ ଲୋକନାଥ ନାହାକ, ଜିଲ୍ଲା ସଭାପତି ଶ୍ରୀ ପି ମେନକା ରାଓ, ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ବିଦ୍ୟାଳୟ ସଭାପତି ଶ୍ରୀ ଜଟୁ ପାଇକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଦଶଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା l
ପ୍ରଥମ ସ୍ଥାନ ରଖିଥିବା ଦଶ ଜଣ କୃତୀ ପ୍ରତିଯୋଗୀ ଆସନ୍ତା 26 ଠାରୁ 29 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁଉତ୍ସବରେ ଅଂଶ ଗ୍ରହଣ କରିବେ l ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ସିଲଡ଼ ଓ ମାନପତ୍ର ପ୍ରଦାନ କରିଥିଲେ l ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଉପଦେଷ୍ଠା ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ମୋହନା ବ୍ଲକ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟିତ୍ରୀ ଓ ତାଙ୍କ ସହକର୍ମୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

No Result
View All Result