ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ଗାଁର ଦୁଃଖ ନାୟକଙ୍କ ଦୁଃଖଦ କାହାଣୀ ନେଇ ଏକ ନିର୍ଦ୍ଧିଷ୍ଟ ଇଲଟ୍ରୋନିକ୍ସ ମିଡ଼ିଆରେ ପ୍ରସାର ହୋଇଥିଲା. ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଖବର ପ୍ରସାରଣ ଦେଖିବା ପରେ ତପରତା ପ୍ରକାଶ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ. ଏହି ନିର୍ଦେଶ ଅନୁଯାୟୀ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ଚକ୍ରଧର ପାଢ଼ୀ, ଯୋଗାଣ ଅଧିକାରୀ ସତ୍ୟ ନାରାୟଣ ଭୋଇ, ମେରାପଲ୍ଲୀ ସରପଞ୍ଚ ବ୍ରଜ ସୁନ୍ଦର ଜାନି, ପଞ୍ଚାୟତ ନିର୍ବାହୀ ଅଧୂକାରୀ ପି.ବାଲକୃଷ୍ଣ,















