ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଖଦାଳ ସାହିର ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ସନ୍ୟାସୀ ପାଣୀଗ୍ରାହି (୧୦୩) ଙ୍କ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଟିକାବାଲି ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତ ପାଣିଗ୍ରାହୀ ଟିକାବାଲି ଅଞ୍ଚଳରେ ପୂର୍ବରୁ ଜଣେ ଜଣାଶୁଣା ରୋଷେୟା କାରିଗର ଭାବରେ ବେଶ ପରିଚିତ ଥୂଲେ ।















