ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାପୁର ବ୍ଲକ ଧାନଚେଙ୍ଗେଡ଼ା ପଞ୍ଚାୟତ କାଳିଆପଲ୍ଲୀ ଗ୍ରାମର ବିଶ୍ୱାବସୁ ଆଶ୍ରମଠାରେ ତିନି ଦିନ ଧରି ଗୀତା ଯଜ୍ଞ ଓ ଭାଗବତ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ରବିବାର ଦିନ ଅଧିବାସ ହୋଇଥିବା ବେଳେ ସୋମବାର ଦିନ ଗୀତାଯଜ୍ଞ ଓ ଭାଗବତ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ! ମଙ୍ଗଳବାର ଦିନ ଗୀତାଯଜ୍ଞର ପୂର୍ଣ୍ଣାହୁତି ହୋଇଥିବା ବେଳେ ଦିନବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଆରି ଏବଂ ରାତିରେ ପୌରାଣିକ ନାଟକ ଇନ୍ଦ୍ରଜିତବଧ ଅନୁଷ୍ଠିତ ହୋଇଯାଇଅଛି !

ବିଶ୍ୱାବସୁ ଆଶ୍ରମର ମଠlଧିସ ମହନ୍ତ ଗଙ୍ଗାଧର ଦାସ, ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦାସମହାରାଜ ଜୀ ଓ ଶବର କୁଳର କର୍ମୀ ଏବଂ କାଳିଆପଲ୍ଲୀ ଗ୍ରାମବାସୀମାନଙ୍କ ସହଯୋଗରେ ଗୀତାଯଜ୍ଞ ମହାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଅଛି ! ଗ୍ରାମ ସଭାପତି ଗୁନିଆ ବେହେରା ଓ ୱାର୍ଡ଼ ସଭ୍ୟ ବସନ୍ତ ନାୟକଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହିତ ପ୍ରତ୍ୟକ ବର୍ଷ ଭଳି ଏବର୍ଷ ମଧ୍ୟ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଧାନଚେଙ୍ଗଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭୀମସେନ ସାମଲ ପ୍ରମୁଖ ଯୋଗଦେଇ ଠାକୁରଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ !














