No Result
View All Result
ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ୩୩ ତମ ବାର୍ଷିକ କ୍ରୀଡାଉତ୍ସବ ଉଜ୍ଜାପିତ ହେଇଯାଇଛି !. ମହାବିଦ୍ୟାଳୟର ଉଭୟ ବାଳକ ଓ ବାଳିକା ବର୍ଗ ମଧ୍ୟରେ ୫୦, ୧୦୦,୨୦୦,୪୦୦,ମିଟର ଦୌଡ଼, ସଟପୁଟ,ଡ଼ିସକସ,ଜାଭେଲିନ ଥ୍ରୋ,ଲମ୍ବ ଓ ଉଚ୍ଚ ଡିଆଁ,ସ୍ଲୋ ସାଇକେଲ ରେସ,ମିଉଜିକ ଚେୟାର ପ୍ରଭୁତି ୪୪ ଟି ପ୍ରତିଯୋଗିତା ୧୪ ତାରିଖଠାରୁ ତିନିଦିନ ଧରି ଚାଲିଥିଲା !

ଏହି ଖେଳକୁ ଅଧ୍ୟକ୍ଷ ଡ଼ ସ୍ୱଚ୍ଛ ସଲୀଳା ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଆଜି ପୂର୍ବତନ ଅଧ୍ୟକ୍ଷ ବଳରାମ ସାହୁ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ !,ଉଦଯାପନୀ ଉତ୍ସବରେ ଅଧ୍ୟାପକ ନିରଞ୍ଜନ ସ୍ୱାଇଁ କ୍ରୀଡା ବିଭାଗର ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ମାନସ ସାହୁ ଅତିଥି ପରିଚୟ କରିଥିଲେ !
ଅଧ୍ୟାପିକା ନମିତା ବେହେରା କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ! ଏହି ଖେଳକୁ କ୍ରୀଡା ଶିକ୍ଷକ ସତ୍ୟଜିତ ଦାଶ,କୈଳାଶ ପ୍ରଧାନ,ଆଶିଷ ପଟନାୟକ,ଜାଗର ସାହୁ ପରିଚାଳନା କରିଥିଲେ ! ଶେଷରେ ଅଧ୍ୟାପକ ସର୍ବେଶ୍ୱର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ! .

No Result
View All Result