ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଏହା ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଓଡ଼ିଶା ପୋଲିସ ତରଫରୁ “ଅପରେସନ୍ ଧରପଗଡ” ଅଭିଯାନ କରାଯାଇଥିଲା ।

ଏହି ଅଭିଯାନରେ ବହୁ ଜିଲ୍ଲା ପୋଲିସ ସାମିଲ ହୋଇ ବେଆଇନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଏହା ବ୍ୟତୀତ ନିଶାସକ୍ତ ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା । ଏହି ଅଭିଯାନରେ ଅଦ୍ୟାବଧି ସାରା ରାଜ୍ୟରେ ଚୋରା ବନ୍ଧୁକ ଚାଲାଣକାରୀଙ୍କ ବିରୋଧରେ 27 ଟି ମାମଲା ରୁଜୁ କରାଯାଇଥିବା ବେଳେ 36ଟି ବନ୍ଧୁକ, 71 ଗୁଳି, 62 ମାରଣାସ୍ତ୍ର ଜବତ କରାଯାଇଛି ।
ଏହି ଘଟଣାରେ ସମ୍ପୃକ୍ତ ଥିବା 27 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରିବା ଅଭିଯୋଗରେ ପୋଲିସ 519ଟି ମାମଲା ରୁଜୁ କରିବା ସହ 211 ଟି ଯାନ ଜବତ କରିଛି । ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା,















