No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପିତାମାତା ଗୁରୁକୁ ହିଁ ସେବା କଲେ ଈଶ୍ୱର ଙ୍କ କୃପା ଆଶ୍ରିବାଦ ମିଳେ l ସମାଜର ପରିବର୍ତନ କରିବାକୁ ହେଲେ ଏହି ପଥ ଅନୁସରଣ କରିବା ଦରକାର l ଏଥିରୁ ସମାଜର ମଙ୍ଗଳ ହେବବୋଲି ବହୁ ଋଷି ମୁନି ମତ ପୋଷଣ କରିଛନ୍ତି ବୋଲି ମଙ୍ଗଳ ବାର ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶଙ୍ଖାରିସାହି ତ୍ରିନାଥ ଗାଦି ଉନୟନ ପରିଷଦ ଦ୍ୱାରା ଆୟୋଜିତ 32 ତମ ବାର୍ଷିକ ଉଚ୍ଛବ ରେ ଧ୍ୟାନକୁଦ ପୀଠର ପିଠାଧୀସ ବାବା ଅରକ୍ଷିତ ଦାସ ମତ ପୋଷଣ କରିଛନ୍ତି l

ଏହି ଆଧ୍ୟାତ୍ମିକ ସଭାରେ ସଭାପତିତ୍ୱ କରିଥିଲେ କବି ପତିତପାବନ ଜେନା l ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ନିରଞ୍ଜନ ସେଠୀ, ସମାଜ ସେବୀ କେଦାରନାଥ ସାହୁ ଯୋଗଦେଇଥିଲେ l ଦିବସସାରା ଭଜନ କୀର୍ତ୍ତନ ପୂଜା ଅର୍ଚନା କରାଯାଇଥିଲା l ଅଭୁ ଭକ୍ତ ଶ୍ରଦ୍ଧାଳୁ ଓ ଆଧ୍ୟାତ୍ମିକ ପ୍ରେମୀ ଯୋଗଦେଇଥିଲେ l

ପରିଷଦର ଉଦ୍ୟକତା ଯୋଗେନ୍ଦ୍ର ଭୋଇ, ସମ୍ପାଦକ ଅକ୍ଷୟ ଭୋଇ, ବସନ୍ତ ବେହେରା, ଆନନ୍ଦ ବେହେରା, ବୀରବର ଭୋଇ, ଶରତ ଦାସ, ଲଷ୍ମୀଧର ଭୋଇ, ଶୁକଦେବ ଭୋଇ, ମଙ୍ଗୁଳି ଚରଣ ଭୋଇ, ଗଜେନ୍ଦ୍ର ଭୋଇ, ଗଙ୍ଗାଧର ଭୋଇ, ରାଜୁ ଭୋଇ, ତ୍ରିନାଥ ଭୋଇ ପ୍ରମୁଖ ଯୋଗଦେଵା ସହ ଗ୍ରାମବାସୀ ମାନେ ସହଯୋଗ ଦାନ କରି ସହଯୋଗ କରିଥିଲେ ସରପଞ୍ଚ ନିରଞ୍ଜନ ସେଠୀ ଧନ୍ୟ ବାଦ ଦେଇଥିଲେ l

No Result
View All Result