No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ସମର ଝୋଳ ସ୍ଥିତ ସନ୍ଥ ନିରଙ୍କରୀ ସତସଙ୍ଗ ଭବନ ପରିସରରେ ମଙ୍ଗଳ ବାର ନିରଙ୍କାରୀ ମିଶନ ତରଫରୁ ଏକ ଆଧ୍ୟାତ୍ମିକ ମହିଳା ସନ୍ଥ ସମାଗମରେ ଆତ୍ମ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପରମପୂଜ୍ୟ ସଂଯୋଜକ ଶ୍ରୀ ଏନ. ରଘୁନାଥ ଜୀ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ପ୍ରବଚିକା ସନ୍ଥ ପୂଜନୀୟା ପଦ୍ମିନୀ ପଟ୍ଟନାୟକ ଯୋଗ ଦେଇଥିଲେ ।
ଏହି ଅବସରରେ ସେ ମାନବିକତା ଏବଂ ଆଧ୍ୟାତ୍ମିକତା ସନ୍ଦେଶ ପ୍ରଦାନ କରିବା ସହ ନାରୀ ଜାତିର କଲ୍ୟାଣ ନିମିତ୍ତ ଦିବ୍ୟ ବାଣୀ ପ୍ରଦାନ କରିଥିଲେ। ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ରମ୍ୟନ୍ତେ ତତ୍ର ଦେବତା ଅର୍ଥାତ ଯେଉଁ ଠାରେ ନାରୀ ମାନଙ୍କୁ ସମ୍ମାନ ଓ ପୂଜା କରାଯାଏ ସେଠାର ଦେବତା ମାନଙ୍କ ଆବିର୍ଭାବ ହୋଇଥାଏ ବୋଲି ପ୍ରବାଚିକା ସନ୍ଥ ପଟ୍ଟନାୟକ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଉକ୍ତ ମହିଳା ସତସଙ୍ଗରେ ଗଞ୍ଜାମ ଜିଲ୍ଲାର ପୋଚିଲିମା,
ବଡଖଣ୍ଡି, ସମର ଝୋଳ, ମକରଝୋଳ, ଦିଗପହଣ୍ଡି, ପାଟପୁର, ଜୟନ୍ତିପୁର ଓ କବିସୂର୍ଯ୍ୟନଗର ନଗର ସହ କଟକ, ଭୁବନେଶ୍ୱର, ଚିଲିକା, ଭୂଷଣ୍ଡପୁର,ସୁନାବେଢ଼ା ଖଳି ସାହି ଆଦି ଜିଲ୍ଲା ବାହାର ଶାଖାରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡି.ପୁଷ୍ପାଞ୍ଜଳୀ ଓ କେ.ସୁଶୀଳା ମଞ୍ଚ ପରିଚାଳନା କରିଥିଲେ । ସେବାଦଳ ସଞ୍ଚାଳିକା ବି. ଜୟନ୍ତୀ, ଜେ.ପୁଷ୍ପା, ପି .ଶାନ୍ତିଲତା, ଆର୍.ଭାରତୀ,

ଆର୍.କବିତା,ଏସ.ରାଜେଶ୍ୱରୀ,ଏନ୍. ସସ୍ମିତା, ଆର୍. ବାସନ୍ତୀ, ଏ. ଗୀତାଞ୍ଜଳୀ, ଏସ୍. ଲାତାସା, ଭାଗ୍ୟଲକ୍ଷ୍ମୀ ସେଠୀ, ପୁଷ୍ପା ପ୍ରଧାନ, ଲିଜା ନାୟକ, ଶକୁନ୍ତଳା, କାଜଲ ବିଷୋୟୀ, ରୀନା ଦାସ, ଗୀତା ବେହେରା, ଯାଜ୍ଞସେନୀ ସ୍ଵାଇଁ, ଜି. ବାସନ୍ତୀ, ଗାୟତ୍ରୀ ସେଠୀ, କେ. ରାଜେଶ୍ୱରୀ,, ଆର୍.ଦୁଲି,ଏମ. ପ୍ରକାଶ, ସିମାଦ୍ରି ବେହେରା, କେ. ନାଗେଶ୍ଵର ରାଓ, ଡି. ଆଦିକନ୍ଦ,ଏନ୍. ଆଶିଷ, ଡି. ବୁଧିଆ,
କେ. ଦୁର୍ଗା ପ୍ରସାଦ ରାଓ, ପି.ଚେନେୟା, କେ. ଭାସ୍କର, ଆର୍. ମଧୁସୂଦନ, ରାଜେନ୍ଦ୍ର ଗୌଡ, ଏସ. ରବିନ୍ଦ୍ର,ଏ. ଅରକ୍ଷିତ,ଏସ.ଚକ୍ରପାଣି, ବଂଶୀଧର ବେହେରା, ଏସ.ବିଜୟ, ଜେ. ଶଙ୍କର, ମୁନା ସାହୁ, କାଳିଆ ଦାସ, ସନ୍ତୋଷ ସେଠୀ,ସୁଶାନ୍ତ ସେଠୀ, ଲଡ଼ୁ ସେଠୀ,କେ. କେଶବ, ଏସ. କୁମାର, ଏସ.ସୁଶିଲ ଓ ପି. ରାମେୟା ପ୍ରମୁଖ ସହଯୋଗ କରିଥିଲେ ।

No Result
View All Result