ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ବୋଲଗଡ଼ ଗ୍ରାମବାସୀ ଓ ମା ଭୂଇଁଆଣି ଶକ୍ତିମୟୀ ଠାକୁରାଣୀ ମନ୍ଦିରର ପରିଚାଳନା କମିଟି ମିଳିତ ଆନୁକୂଲ୍ୟରେ ୩୫ ତମ ପବିତ୍ର ଧନୁଯାତ୍ରା ଉତ୍ସବ ମଙ୍ଗଳବାର ଦିନ ମା “ଭୂଇଁଆଣି ଶକ୍ତିମୟୀ ଠାକୁରାଣୀଙ୍କ ପୀଠରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି ! ଗତ ସୋମବାର ଦିନ ବରିଷ୍ଠ ପୂଜକ ବସନ୍ତ କୁମାର ପ୍ରଧାନ ଦ୍ୱାରା ଅଧିବାସ, କଳସ ସ୍ଥାପନ, ଶାଲା ମଣ୍ଡନ, ଘଟସ୍ଥାପନ, ସୂର୍ଯ୍ୟ ପୂଜା, ଗୋପୂଜା ସମସ୍ତ ଆବାହନୀ ପୂଜା ଓ ହୋମଯଜ୍ଞ କରାଯାଇଥିଲା !

ମଙ୍ଗଳ ବାର ଦିନ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ଶକ୍ତିମୟୀ ଠାକୁରାଣୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ! ବିଭିନ୍ନ କଳାକାରମାନଙ୍କ ଦ୍ୱାରା କାଳୀୟଦଳନ ନାଟକ , ରାମନାଟକ, ଭଜନ କୀର୍ତ୍ତନ, ସଂକ୍ରିତନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ! ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ଶତାଧିକ ଦର୍ଶକ ଓ ଜନସାଧାରଣମାନେ ମନଭରି ଉପଭୋଗ କରିଥିଲେ !

ବହୁ ଶ୍ରଦ୍ଧାଳୁ ଭକ୍ତମାନେ ମା “ଭୂଇଁଆଣି ଶକ୍ତିମୟୀ ଠାକୁରାଣୀଙ୍କ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ ଓ ନିଜ ପରିବାରର ମଙ୍ଗଳ ନିମନ୍ତେ ମାନସିକ କରି ପୂଜା ଅର୍ଚ୍ଚନା କରିଥିଲେ ! ମା ଭୂଇଁଣୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ଦ୍ୱାରା ମନ୍ଦିର ଓ ମନ୍ଦିର ପରିସରକୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକରେ ସୁ ସଜ୍ଜିତ କରାଯାଇଥିଲା ! ବୋଲଗଡ଼ ପୋଲିସ ବାହିନୀ ମା ଭୂଇଁଆଣୀ ମନ୍ଦିର ପରିସରରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି ମହିଳା,















