ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବାସୀ ଦୀର୍ଘ ଦିନଧରି ଦାବୀ କରିବା ପରେ ରାଜ୍ୟ ସରକାର ତାହାକୁ ପୂରଣ କରି ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ କରିଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରଥମେ କାର୍ତ୍ତିକ ମାସ ଆରମ୍ଭ ରୁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇ ଏହା ମଙ୍ଗଳବାର ଠାରୁ ନିୟମିତ ବିଧବଦ୍ଧ ଭାବେ ବସ୍ ଚଳାଚଳ କରିଛି l















