ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) କୋରାଇ :- କୋରାଇ ବ୍ଲକର ବରିଷ୍ଠ କିରାଣି ସୁନିଲ କୁମାର ରାଉତଙ୍କ ପୁଅ ସୌମ୍ୟରଞ୍ଜନ ସାମଲ (ରାଉତ) ଅନ୍ଲାଇନ୍ ଚିତ୍ରାଙ୍କନ ଭଲଚଲ ଓ ଏଲିପ୍ୟାଂଟ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନଅଧିକାର କରି ଅଂଚଳପାଇଁ ଗୌରବ ଆଣିଛନ୍ତି । କରୋନା କଟକଣା ଯୋଗୁ ଇଂଟରନ୍ୟାସନାଲ ଭଲଚଲ ଆୱାରନେସ୍ ଡେ ଓ ୱାଲ୍ଡ ଏଲିଫ୍ୟାଂଟ ଡେ ଅବସରରେ ଅନ୍ଲାଇନ୍ ମାଧ୍ୟମରେ ଏହି ପ୍ରତିଯୋଗିତା କରାଯାଇଥିଲା । ସୌମ୍ୟରଞ୍ଜନ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅତି ସୁନ୍ଦରଭାବେ ଭଲଚଲ (ଶାଗୁଣା) ଓ ଏଲିଫ୍ୟାଂଟ (ହସ୍ତି)ର ଛବିକୁ ଅତି ନିଖୁଣଭାବେ ଚିତ୍ର କରିଥିଲେ ।
ଯାହାକି ବିଚାରକଙ୍କ ମନମୁଗ୍ଧ ହୋଇଥିଲା । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ନନ୍ଦନକାନନ ଜୁଲୋଜି ପାର୍କ ପକ୍ଷରୁ ହସ୍ତି ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶାଗୁଣା ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନର ଅଧିକାର କରିଥିଲେ । ଏଥିପାଇଁ ନନ୍ଦନକାନନ ଜୁଲୋଜି ପାର୍କ ପକ୍ଷରୁ ସୌମ୍ୟରଞ୍ଜନଙ୍କୁ ପ୍ରଥମ ଓ ଦ୍ୱିତୀୟ ହୋଇଥିବାର ପୁରସ୍କାର ସ୍ୱରୂପ ଟ୍ରଫି ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
ଏନେଇ ସୌମ୍ୟରଞ୍ଜନଙ୍କୁ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦକିଶୋର ସିଂହ, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝି, ଉପସଭାପତି ବିନୋଦବିହାରୀ ସାହୁ, ଆଇନିଜୀବୀ ମମତାଜ ଅଲ୍ଲୀ, ସଂସଦର ସାଧାରଣ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ,‘ଅଜ୍ଞାନମସ୍କାର’ର ସଂପାଦକ ବାଇଧର ମାଝି, ‘ସ୍ମୃତିଲିପ’ର ସଂପାଦକ ଭୁବନମୋହନ ମହାନ୍ତି,
‘ବଉଳଫୁଲ’ ସଂପାଦକ ବ୍ରଜେଶ୍ୱରୀ ସିଂହ, ସଙ୍ଗଠନ ସଂପାଦକ ପ୍ରଦୀପକୁମାର ଦାସ, ମହ୧ଦ ନସିମୁଲ ଗନି, କାର୍ତିର୍କଚନ୍ଦ୍ର ଦ୍ୱିବେଦୀ, କୋଷଧ୍ୟକ୍ଷ ନବଘପ ସ୍ୱାଇଁ, ମୁଖପତ୍ର ‘କସ୍ତୁରୀ’ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି, ଡକ୍ଟର ମୋହନଚରଣ ଖୁଂଟିଆ,ପୀତାମ୍ବର ନନ୍ଦଙ୍କ ସମେତ ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାପ୍ରେମୀ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ପୂର୍ବକ ଅଭିନନ୍ଦନ ଜଣାଇବା ସହ ତା’ର ଉତରୋତର ଉନ୍ନତି କାମନା କରିଛନ୍ତି । (କୋରାଇ ରିପୋର୍ଟ/ରଶ୍ମିରେଖା ମଲ୍ଲିକଙ୍କ )