ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ ମାୟାଧର ସାହୁଙ୍କ ସଭାପତିତ୍ଵ କ୍ରମେ ବୈଠକ ପରିଚାଳିତ ହୋଇଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୂଲ୍ ରବି କୁମାର, ରା ଉଦୟଗିରି ବ୍ଲକର ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ,

ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ବେହରଦଳାଇ ଉପସ୍ଥିତ ରହି ବୈଠକ ଟିକୁ ସଫଳ କରାଇଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ କାର୍ଯକ୍ରମ ପରିଚାଳିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ରହିବା ସହିତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।
ଉକ୍ତ ବୈଠକରେ ବିଜ୍ଞାନ ମେଳାର ଏକ ପୂର୍ବ ପ୍ରସ୍ତୁତି ନମୁନା ପ୍ରସ୍ତୁତ କରାଯାଇଥିଲା । ଯାହାକି ନାମ ପଞ୍ଜିକରଣ ଠାରୁ ଆରମ୍ଭ କରି ପୁରସ୍କାର ବିତରଣ ପର୍ଯ୍ୟନ୍ତ ସମସ୍ତ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ପରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ବୈଠକ ସମାପନ କରାଯାଇଥିଲା ।














