ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) କୋରାଇ :- ଯାଜପୁର ମାଟିର ଅନ୍ୟତମ ସୁଯୋଗ୍ୟ ସରାସ୍ୱତ ସନ୍ତାନ ପ୍ରଫେସର ବାଉରୀ ବନ୍ଧୁ କରଙ୍କର ନିଧନ ସମସ୍ତଙ୍କୁ ମର୍ମାହତ କରିଛି । ସ୍ୱର୍ଗତ କର ଦୀର୍ଘଦିନଧରି ବହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଆ ବିଭଗର ପ୍ରଫେସର ଭାବେ କାର୍ଯ୍ୟକରି ପ୍ରଚୁର ସୁନାମ ଅର୍ଜନ କରିଥିଲେ । ସେ ଜଣେ ସୁନାମଧନ୍ୟ ପ୍ରାବନ୍ଧିକ ତଥା ବରିଷ୍ଠ ସମାଲୋଚକଭାବରେ ବହୁ ପୁସ୍ତକ ରଚନା କରି ଓଡିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ସେ କୋରାଇ ମଣ୍ଡଳ ସାହିତ୍ୟ ସଂସଦରେ ଜଣେ ଶୁଭେଛୁ ଥିଲେ । ତାଙ୍କ ପରଲୋକରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦକିଶୋର ସିଂହ ଶୋକବ୍ୟକ୍ତ କରି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝି, ଉପସଭାପତି ବିନୋଦବିହାରୀ ସାହୁ, ଆଇନିଜୀବୀ ମମତାଜ ଅଲ୍ଲୀ, ସଂସଦର ସାଧାରଣ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟୁିଆ,
କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ଅକ୍ଷୟକୁମାର ବାରିକ ଓ ଅଶୋକକୁମାର ପାତି, ‘ଅଜ୍ଞାନମସ୍କାର’ର ସଂପାଦକ ବାଇଧର ମାଝି, ‘ସ୍ମୃତିଲିପ’ର ସଂପାଦକ ଭୁବନମୋହନ ମହାନ୍ତି, ‘ବଉଳଫୁଲ’ ସଂପାଦକ ବ୍ରଜେଶ୍ୱରୀ ସିଂହ, ସଙ୍ଗଠନ ସଂପାଦକ ପ୍ରଦୀପକୁମାର ଦାସ, ମହ୧ଦ ନସିମୁଲ ଗନି, କାର୍ତିର୍କଚନ୍ଦ୍ର ଦ୍ୱିବେଦୀ, କୋଷଧ୍ୟକ୍ଷ ନବଘପ ସ୍ୱାଇଁ, ମୁଖପତ୍ର ‘କସ୍ତୁରୀ’ସଂପାଦକ ପ୍ରାଧ୍ୟାପକ ଅକ୍ଷୟକୁମାର ମହାନ୍ତି, ଡକ୍ଟର ମୋହନଚରଣ ଖୁଂଟିଆ ପ୍ରମୁଖ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ କର୍ମକର୍ତା, ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । (କୋରାଇ ରିପୋର୍ଟ/ରଶ୍ମିରେଖା ମଲ୍ଲିକଙ୍କ )