ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବଡ଼ିମୁଣ୍ଡା ଅଞ୍ଚଳର ହେରଦ ଦିଗାଳ ଏକ ହତ୍ୟା ମାମଲା ରେ ଜି.ଉଦୟଗିରି ସ୍ଥିତ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ l

ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ l ସେଠାରୁ ସେ ୨୦୨୫ ମସିହା ଅକ୍ଟୋବର ମାସ ୧୪ ତାରିଖ ରେ ସୁସ୍ଥ ହୋଇ ବାଲିଗୁଡ଼ା ଉପ କାରାଗାରକୁ ଆସିଥିଲେ ।















