ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କ୍ରୀଡା ଉତ୍ସବ ଦୁଇଦିନ ଧରିଚାଲିବ।ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ।

ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ ସତ୍ୟବାଦୀ ବ୍ଲକର ଅଧକ୍ଷ ସୁନୀଲ କୁମାର ପଣ୍ଡା , ସମ୍ନାନୀତ ଅତିଥି ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଜୟପୁର ଗ୍ରାମ ପଂଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ପ୍ରାର୍ଥସାରଥି ଦାସ,

ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଚକ୍ରଧର ମହାରଣା ଓ ଉପସଭାପତି ବର୍ଷାରାଣୀ ମେକାପ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ କ୍ରୀଡା ଉତ୍ସବକୁ ଶୁଭାଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ମସାଲ ଶୋଭାଯାତ୍ରା କରାଯାଇ ଉତ୍ସବ ସ୍ଥଳରେ ସ୍ଥାପନ କରାଯାଇଥିଲା ।















