
ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର ) କଳାହାଣ୍ଡି :- ସାରା ରାଜ୍ୟ ପରିଭ୍ରମଣ କରୁଥିବା ସତ୍ୟବ୍ରତ ଦାସ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ପହଞ୍ଚିଛନ୍ତି। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିରେ ସେ ୨୪୪ଟି ବ୍ଳକକୁ ପହଞ୍ଚି ଏ ପର୍ଯ୍ୟନ୍ତ ୭୫୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିବା ପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳର ସତ୍ୟବ୍ରତ ଦାସ ଗତ ୨୦୧୯ ଜୁଲାଇ ୧୦ ତାରିଖ ଠାରୁ ଯାଜପୁର ଜିଲ୍ଲାରୁ ପଦଯାତ୍ରା ଆରମ୍ଭ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ନୂଆପଡ଼ା,ବଳାଙ୍ଗୀର, ସୋନପୁର,ବୈ।ଦ୍ଧ, ଗଞ୍ଜାମ, ଗଜପତି,

ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଦେଇ କଳାହାଣ୍ଡି ଜିଲ୍ଲାରେ ପହଂଚିଛନ୍ତି । ଜିଲ୍ଲାର ଜୟପାଟଣା, କୋକସରା, ଜୁନାଗଡ଼, କଲମପୁର, ଗୋଲାମୁଣ୍ଡା, ଲାଞ୍ଜିଗଡ଼, ଭବାନୀପାଟଣା ସହ ବର୍ତ୍ତମାନ ନର୍ଲା ବ୍ଳକରେ ପହଞ୍ଚିବା ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ ବ୍ୟାସଦେବ ବେହେରାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଓଡ଼ିଆକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତ ଓଡ଼ିଶାର ୩୧୪ ବ୍ଳକକୁ ପହଞ୍ଚିବା ଯାଏଁ ପଦଯାତ୍ରା ଜାରି କରିବି ବୋଲି କହିଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)














