No Result
View All Result
ସମ୍ବଲପୁର (ଓଡ଼ିଶା ତାଜା ନ୍ୟୁଜ୍) :- ମାଆ ପିତାବଳୀ କପ ପଞ୍ଚାଦସୀୟ ଆନ୍ତର୍ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୫ ଅବସରରେ ଏକ ଉତ୍ସାହପୂର୍ଣ୍ଣ କ୍ରୀଡା ମହୋତ୍ସବ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ୧୦ ଡିସେମ୍ବରରୁ ୧୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଆଞ୍ଚଳିକ ୧୬ଟି ଗ୍ରାମର କ୍ରିକେଟ ଦଳ ଅଂଶଗ୍ରହଣ କରି ନିଜ ଖେଳ କୌଶଳ ପ୍ରଦର୍ଶନ କରିଥିଲେ l ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ପରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।

ଫାଇନାଲ ମ୍ୟାଚ୍ରେ ବୁଢ଼ାକଟା ଓ ରାସନପୁର ଦଳ ମଧ୍ୟରେ ଭୟଙ୍କର ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଶେଷରେ ରାସନପୁର ଦଳ ବିଜୟୀ ହୋଇ ଚାମ୍ପିଅନ ମୁକୁଟ ହାସଲ କରିଥିବାବେଳେ ବୁଢ଼ାକଟା ଦଳ ରନର୍ସ-ଅପ୍ ଭାବେ ସମ୍ମାନିତ ହୋଇଥିଲା । ବିଜୟୀ ଚାମ୍ପିଅନ ଦଳକୁ ୨୫,୦୦୦ ଟଙ୍କା ଓ ରନର୍ସ-ଅପ୍ ଦଳକୁ ୧୫,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହରଲାଲ ବେହେର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ନେପାଳ ମହାନନ୍ଦ, ଭୁବନେଶ୍ୱର ପ୍ରଧାନ, ମଦନ ସାହୁ ଓ ଶ୍ରୀମତ ପ୍ରଧାନ ଉପସ୍ଥିତ ରହିଥିଲେ । ମ୍ୟାଚ୍ଗୁଡ଼ିକୁ ଉମାକାନ୍ତ ମାଝୀ ଓ ସରୋଜ ପ୍ରଧାନ ଅମ୍ପାୟାର୍ ଭାବେ ସୁଚାରୁ ଭାବେ ପରିଚାଳନା କରିଥିଲେ । ଘୋଷକ ଭାବେ ସୁଭମ ପୁରୋହିତ ଓ ଅମ୍ରେଶ ଶେଖର ସାମଲ ଦାୟିତ୍ୱ ପାଳନ କରିଥିଲେ ।
ଏହି ସମଗ୍ର କ୍ରୀଡା କାର୍ଯ୍ୟକ୍ରମକୁ MPCC କ୍ଲବର ସଭ୍ୟମାନେ-ବୁଲୁ ଭୋଇ, ପ୍ରତାପ ନାୟକ, ଟିକୁନ, ସୁଶାନ୍ତ ପାଣ୍ଡେ, କୁଞ୍ଜବିହାରୀ ମିର୍ଦ୍ଧା ସହ ଅନ୍ୟାନ୍ୟ ସଭ୍ୟମାନେ ସଫଳତାର ସହ ଆୟୋଜନ କରିଥିଲେ । ଏହି ପ୍ରତିଯୋଗିତା ଯୁବକମାନଙ୍କ ମଧ୍ୟରେ କ୍ରୀଡା ମନୋଭାବ, ଶିଷ୍ଟାଚାର ଓ ସାମୁହିକ ସମ୍ପ୍ରୀତି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।

No Result
View All Result