ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ମହୋଦଧୂ କୂଳରେ ମହୋଦଧି ଦିବସ ୨୦୨୫ ଉଦଯାପିତ ହୋଇଯାଇଛି । ନଦୀ, ସମୁଦ୍ର, ଜଙ୍ଗଲ ଇତ୍ୟାଦିର ସୁରକ୍ଷା ଓ ପବିତ୍ରତାକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୧୨ ତାରିଖକୁ ମହୋଦଧି ଦିବସ ରୂପେ ଦ ବେଲ ଅନୁଷ୍ଠାନ ତରଫରୁ ପାଳନ କରାଯାଉଛି । ଚଳିତବର୍ଷ ପୁରୀ ସହିତ ରାଜ୍ୟର ୧୫ଟି ଜିଲ୍ଲାରେ ଏକ କାଳୀନ ଭାବରେ ମହୋଦଧି ଦିବସ ପାଳନ କରାଯାଇଛି ବୋଲି ଦ ବେଲ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜକିଶୋର ପାତ୍ର ସୂଚନା ଦେଇଛନ୍ତି ।
ଦ ବେଲ ଓ ପରିବର୍ଭନ ଓଡିଶା ମିଳିତ ଆନୁକୁଲ୍ୟରେ ତଥା ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ଓଲିଉଡ଼ ଓ ଟଲିଉଡ଼ର ପ୍ରଖ୍ୟାତ କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏବଂ ଦେବାଶିଷ ପଟ୍ଟନାୟକଙ୍କ ନୂଆ ସିନେମା ଲଢେଇ ର ତାରକା ମାନଙ୍କ ସହିତ ଆଗକୁ ଆସୁଥିବା ଅପେକ୍ଷା ଚଳଚିତ୍ର ର ପ୍ରସିଦ୍ଧ ନାୟିକା ପୁଷ୍ପା ପଣ୍ଡା,ଅଭିନେତା ସାର୍ଥକ, ଶୁଭାଙ୍ଗୀ, ପ୍ରଦୀପ ଦେବତା ତଥା ପ୍ରଯୋଜକ କେ ତମନ୍ନା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଓଲିଉଡ଼ ର ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି, ସୌମ୍ୟା ଦାସ, ମିସ ସାଇନା, ରାଜେନ୍ଦ୍ର ମିଶ୍ର, ଦୀପକ ପଣ୍ଡା ପ୍ରମୁଖ ଓଡିଆ ଓ ହିନ୍ଦୀ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା କିନ୍ନର ମହାସଂଘ ଦ୍ବାରା ପରିବେଷିତ ସଚେତନତା ଧର୍ମୀ ଫ୍ୟାସନ ସୋ ବେଶ ଚିତାକର୍ଷକ ହୋଇଥିଲା । କଲିକତାର ସୃଜନ ନୃତ୍ୟ ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ କରାଯାଇଥିବା ଲୋକନୃତ୍ୟ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ବେଶ ବିମୋହିତ କରିଥିଲା ।

ସ୍ଥାନୀୟ ଧୀବର ମାନଙ୍କର ଖେଳପ୍ରତି ଆଗ୍ରହ ବୃଦ୍ଧି ପାଇଁ ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲା ମତ୍ସ୍ୟଜୀବିମହାସଂଘ ସହଯୋଗରେ ନୌଚାଳନା ପ୍ରତିଯୋଗୀତା ଆୟୋଜନ କରଯାଇଥିଲା । ସେହିପରି ମଧ୍ଯାନ୍ନରେ ଓଡିଶାର ବିଖ୍ୟାତ କବି ଓ କବୟତ୍ରୀ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ କବିତା ଆସର ଊର୍ମୀ ଆୟୋଜିତ କରାଯାଇଥିଲା । ଅପରାହ୍ନରେ ରଗବି, ଟଗ ଅଫ ୱାର, ବିଚଭଲି ବଲ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାଣ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ପ୍ରଥମଥର ପାଇଁ ମହୋଦଧି କଳା ମେଳା ଆୟୋଜିତ ହୋଇଥିଲା ।
ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନ ରୁ ୨୦ ରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ ଏଥିରେ ଯୋଗଦେଇ ମହୋଦଧି ତଥା ଶ୍ରୀ ଜଗନ୍ନାଥ ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ଉତ୍ତମ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା ଜାପାନ ର ସମାଜସେବୀ ଆକିଏ ଦୌଇଙ୍କୁ ମହୋଦଧି ସମ୍ମାନ ୨୦୨୫ ରେ ସମ୍ମାନିତ କରଯାଇଥିଲା ।
ମହୋଦଧି କଳାମେଳାରେ ପ୍ରଦର୍ଶିତ ଚିତ୍ରଗୁଡିକ ମଧ୍ୟରୁ ପବ୍ଲିକ ଭୋଟିଂ ମାଧ୍ୟମରେ ଚୟନ କରାଯାଇଥିବା ଚିତ୍ରଶିଳ୍ପୀ ଜ୍ୟୋତି ରାଦିତ୍ୟ ମହାପାତ୍ରଙ୍କୁ ମହୋଦଧୂ କଳାମେଳା ସମ୍ମାନ ୨୦୨୫ ପ୍ରଦାନ କରଯାଇଥିଲା । ରେଡସ୍ବସ୍ତିକ ପରିବାର ତରଫରୁ ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚ୍ୟାର ସହିତ ମହିଳା ମାନଙ୍କସଶକ୍ତି କରଣ ନିମନ୍ତେ ପାରାସ୍ପୋର୍ଟ ଖେଳାଳି ମାନଙ୍କୁ ସିଲାଇ ମେସିନ ପ୍ରଦାନ କରାଯାଇଥିଲା । ଆନ୍ତର୍ଜାତୀୟ ଖ୍ଯାତିସମ୍ପନ୍ନ ବାଲୁକାଶିଳ୍ପୀ ମାନସ କୁମାର ସାହୁ ମହୋଦଧିର ସୁରକ୍ଷା ଓ ସମସ୍ତଙ୍କ ମନରେ ଦେଶପ୍ରେମ ସଚେତନତା ପାଇଁ ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ବାର୍ତ୍ତା ବାଣ୍ଟିଥିଲେ ।
କାର୍ଯ୍ୟକ୍ରମର ବିଭିନ୍ନ ପର୍ବରେ ପୁରୀର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ମନ୍ମଥ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ , ଉତ୍ସବ ଅଭ୍ୟର୍ଥନା କମିଟି ଅଧକ୍ଷ ଜିତେନ୍ଦ୍ର ମହାପାତ୍ର, ପୁରୀ ହୋଟେଲ ଆସୋସିଏସନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର,ଆଇକନିକ ସ୍ପୋର୍ଟ ଫେଡରେସନ ବରଗଡ ଜିଲ୍ଲା ସଭାପତି କେ ତମନ୍ନା, ଉତ୍କଳୀୟ ସ୍ବାଭିମାନ ମଞ୍ଚ ଅଧକ୍ଷ ମନୋଜ ନାୟକ,
ହୋଟେଲ ଲିଲି ଇନ ଏମ.ଡ଼ି ଶୁଭେନ୍ଦୁ ଦାସ, ମହାରାଜା ଗୃପ ଅଫ ଇନଷ୍ଟିଟ୍ୟୁସନ ଅଧକ୍ଷ ମନୋଜ ପାଳ,ଓସିଏ କୋଷାଧକ୍ଷ ରବିଶଙ୍କର ପ୍ରତିହାରୀ , ନାରାୟଣ ଚନ୍ଦ୍ର ଦାସ ମେମୋରିଆଲ କୋର୍ଟ ଆଣ୍ଡ କଲଚରାଲ ଫାଉଣ୍ଡେଶନ ସଭାପତି କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ୟାମାପ୍ରସାଦ ମିଶ୍ର, ବିଭୁପ୍ରସାଦ ମିଶ୍ର, ଦ ବେଲ ର ଯୁଥ କ୍ଲବ, ଓମେନସ କ୍ଲବ, ସିନିୟର ସିଟିଜେନ କ୍ଲବର ସଦସ୍ୟ ଓ ସଦସ୍ୟା ମାନେ ପରିଚାଳନା କରିଥିଲେ । ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଉତ୍ସବ ଶେଷରେ ମହୋଦଧି ଦିବସ ପତାକା ଅବତରଣ ସହିତ ମହୋଦଧି ଥମ ସଂଗ ଗାନ କରାଯିବ ସହିତ୨୦୨୬ ରେ ମହୋଦଧୂ ଦିବସ କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପାଳନ କରାଯିବ ବୋଲି ଦ ବେଲ ତଥା ମହୋଦଧି ଉତ୍ସବ କମିଟିର ଅଧକ୍ଷ ସିଦ୍ଧାର୍ଥ ରାୟ ଘୋଷଣା କରିଥିଲେ ।














