ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାସ୍ତରୀୟ ଇକୋ କ୍ଳବ୍ ପ୍ରକଳ୍ପ ପ୍ରଦର୍ଶନୀ ପୁରୀ ସଦର ବ୍ଲକର ଶାସନ ଦାମୋଦରପୁର ରାମହରି ନୋଡାଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ପ୍ରତି ବ୍ଲକରୁ ୫ ଟି ଲେଖାଏଁ ବଛା ବଛା ପ୍ରକଳ୍ପକୁ ନେଇ ମୋଟ୍ ୫୫ ଗୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ ଓ ପିଲାମାନେ ଛାତ୍ରାବସ୍ଥାରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କଲେ ଭବିଷ୍ୟତରେ ସେମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ସହ ସେମାନେ ନିଜ ନିଜ ପ୍ରତିଭା ବଳରେ ନୂଆ ନୂଆ ସୃଷ୍ଟି କରି ଦେଶ ଓ ଜାତିକୁ ଗୈ ।

ରବାନ୍ବିତ କରିପାରିବେ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦାନ କରି ନିଜର ଓଜସ୍ବୀ ବକ୍ତବ୍ୟ ଦ୍ଵାରା କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସେଣ୍ଟର୍ ଫର୍ ଏନ୍ ଭର୍ଣମେଣ୍ଟ ଷ୍ଟଡି ର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନ ଓ ଭବମ୍ ପ୍ରଧାନ, ଉଦ୍ୟୋଗପତି ଦିବ୍ୟ ପ୍ରକାଶ ପଟ୍ଟନାୟକ, ଅଭିରାମ ନୋଡାଲ ବିଦ୍ୟାପୀଠ,କରମଳାର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହାପାତ୍ର ,















