ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାରେ ପୋଲିସ ଇନ୍ସପେକ୍ଟରଙ୍କ ସ୍ତରରେ ବଡ଼ଧରଣର ଅଦଳ ବଦଳ କରାଯାଇଅଛି l ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଷ୍ଟାବିଲିସମେଣ୍ଟ ବୋର୍ଡ଼ର ସଭାରେ ଏହି ନିଷ୍ପତ୍ତି ନିଆଯାଇଛି l ପ୍ରଶାସନିକ ଆବଶ୍ୟକତା ଏବଂ ସର୍ବସାଧାରଣଙ୍କ ସୁବିଧା ପାଇଁ ୯ଜଣ ଇନ୍ସପେକ୍ଟରଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି l ନୂତନ ନିଯୁକ୍ତି ସ୍ଥାନରେ ତୁରନ୍ତ ଯୋଗଦାନ କରିବାକୁ ଅଧିକାରୀ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ବିବେକାନନ୍ଦ ଶର୍ମାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l

ବେଗୁନିଆ ଥାନା ପୋଲିସ ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା ବର୍ତ୍ତମାନ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟରେ ଯୋଗଦାନ କରିବେ l ସଦର ଥାନା ନିରୀକ୍ଷକ କାହ୍ନୁ ଚରଣ ସ୍ୱାଇଁଙ୍କୁ ବେଗୁନିଆ ଥାନା, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କୁ ସଦର ଥାନା ଅଧିକାରୀ,ବାଘମାରୀ ଥାନା ଅଧିକାରୀ ସମ୍ଭୁନାଥ ନାୟକଙ୍କୁ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟ, ସ୍ପେସିଆଲ କ୍ରାଇମ ଓ ସାଇବର ୟୁନିଟ୍ ଖୋର୍ଦ୍ଧାରୁ ସୁଚିତ୍ରା ଜେନାଙ୍କୁ ବାଘମାରୀ ଥାନାକୁ ବଦଳି କରାଯାଇଛି l















