No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ସ୍ଥିତ ଗୀତ ଗୋବିନ୍ଦ ଭବନ ପରିସରରେ ପ୍ରାଚୀ ପ୍ରଜ୍ଞା ପରିଷଦ ଓ ପଲ୍ଲୀଭାରତ ସାରସ୍ୱତ ପରିଷଦ ଆନୁକୂଲ୍ୟରେ ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ବ୍ରଜ କିଶୋର ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ ଏକ ଉତ୍ସବରେ ଶାରୋଳ ମହାଭାରଥ ଏକ ବିତର୍କ ଅଟେ,ଏହାର ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନ ହେବା ସହ କବିତା ପାଠଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବୈଷ୍ଠବ ଚରଣ ସାମଲ, ମୁଖ୍ୟ ବକ୍ତା ଭାବେ ଡ଼ଃ ଭାଗ୍ୟଲିପି ମଲ୍ଲ, ଏଵଂ ସମ୍ମାନୀତ ଅତିଥିଭାବେ ପଲ୍ଲୀଭାରତ ସାରସ୍ଵତ ପରିଷଦର ସଭାପତି ତଥା ପ୍ରାଚୀ ଗବେଷକ ହଂସନାଥ ସାହୁ, ବନ୍ଦେ ଉତ୍କଳ ଲୋକକଳା ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ଅଧ୍ୟାପିକା ଡ କବିତା ମିଶ୍ର, ଅଧ୍ୟାପିକା ଲତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ଶାରୋଳ । ମହାଭାରଥ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ପ୍ରଯ୍ୟାଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପଲ୍ଲୀ ଭାରତର ଓ ବନ୍ଦେ ଉତ୍କଳ ଲୋକକଳା ମହାସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଭାବେ ସଂପାଦକ ଵିନୋଦ କୁମାର ଭୋଇ, ବରଗଡର ପ୍ରମୋଦ କୁମାର ଦାଶ, ବସୁଦେବ ପଧାନ, ବଲାଙ୍ଗୀର ଅମିଲ ପଟେଲ, ଗୋଲାପ ଜେନା, ଝାରସୁଗୁଡାର ପଞ୍ଚୁଲାଲ ବିଶ୍ବାଳ, ଢେଙ୍କାନାଳର ସୁଧାକର ଦାସ, ବାଙ୍କୀର ରବୀନ୍ଦ୍ର ନାଥ ସାହୁ, ରେଣୁବାଳା ମିଶ୍ର, କଟକର ରାଜ୍ଯ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର,ଜିଲାସଭାପତି ମାଗୁଣି ଚରଣ ରାଉତ, ଉପସଭାପତି ବିବେକାନନ୍ଦ ବେଉରା, ମୀରା ମହାନ୍ତି, ଗେଲି ବାରିକ୍, ଚନ୍ଦ୍ର ଶେଖର ସାମଲ, ଲେଖିକା ରଶ୍ମି ସାମଲ, ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କବିତା ପାଠ ଉତ୍ସବରେ ବହୁ ବିଶିଷ୍ଟ କବି, ଲେଖକ ସାହିତ୍ୟ ଯୋଗ ଦେଇ ନିଜର ସ୍ୱ ରଚିତ କବିତା ପାଠ କରିଥିବାବେଳେ ସେମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା , ଏଥିରେ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି, ଲେଖକ ସନାତନ ଆଚାର୍ଯ୍ୟ, ସଞ୍ଜୟ ପାତ୍ର ଯୋଗ ଦେଇଥିଲା ବେଳେ କ୍ଷଣପ୍ରଭା ମହାନ୍ତି ଏବଂ ଦେବେନ୍ଦ୍ର ନାଥ ସେନାପତି ମଞ୍ଚ ପରିଚାଳନା ସହଯୋଗ କରିଥିଲେ,। ଶେଷରେ ପ୍ରାଚୀପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result