No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ୍ ସ୍କୁଲ୍ସର ତିନି ଦିନିଆ ବାର୍ଷିକ ସମ୍ମିଳନୀ ୨୦୨୫, SOA ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସମାରୋହରେ ନାଲକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜେନ୍ଦ୍ର ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରିଲାୟାନ୍ସ ଇଣ୍ଡଷ୍ଟ୍ରିଜ୍ର ଓଡ଼ିଶା ମୁଖ୍ୟ ଶ୍ରୀ ବିଜୟ କୁମାର ସାହୁ, ଏସଓଏ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦା, ଇଏମଏସ୍ର ସଭାପତି ପ୍ରଫେସର ରମାକାନ୍ତ ପାତ୍ର ଏବଂ ସମ୍ମିଳନୀର ନିର୍ଦ୍ଦେଶକ ଇଞ୍ଜିନିୟର ସରୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଶିକ୍ଷା ଏପରି ଏକ ଶକ୍ତି, ଯାହା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଇଥାଏ । ଏହା ବ୍ୟକ୍ତି ବିଶେଷଙ୍କୁ ସଶକ୍ତ ଗୋଷ୍ଠୀରେ ପରିଣତ କରିବା ସହ ଦେଶକୁ ସ୍ପଷ୍ଟତା ସହ ଆହ୍ୱାନର ସମ୍ମୁଖୀନ ହେବାକୁ ସକ୍ଷମ କରିଥାଏ। ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ଭାରତରେ ମ୍ୟାନେଜମେଣ୍ଟ ଶିକ୍ଷା ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ବୋଲି ମୁଖ୍ୟ ଅତିଥି ନିଜର ମତ ପୋଷଣ କରିଛନ୍ତି ।

ଏହି ସମ୍ମିଳନୀରେ ମୁଖ୍ୟତଃ ୧୦ଟି ପର୍ଯ୍ୟାୟରେ ମ୍ୟାନେଜମେଣ୍ଟ ଶିକ୍ଷାର ଭୂମିକା ଉପରେ ବିଶେଷଜ୍ଞମାନେ ସେମାନଙ୍କର ମତାମତ ରଖିଥିଲେ, ନବୋଦ୍ୟମୀ ମନୋଭାବର ପୋଷଣ : ନବୋତ୍ପାଦନ ପାଇଁ ପରିବେଶ ସୃଷ୍ଟିରେ ବି-ସ୍କୁଲମାନଙ୍କର ଭୂମିକା ଶିକ୍ଷକ ଗବେଷଣାର ପୁନର୍ବିଚାର: ପ୍ରଭାବ ଓ ଉତ୍କୃଷ୍ଟତାକୁ ପ୍ରାଥମିକତା ଗୁଣତ୍ତ୍ୱ ନିଶ୍ଚିତିକରଣ ଓ ଫଳାଫଳ ମୂଲ୍ୟାଙ୍କନ ମାଧ୍ୟମରେ ଶାକ୍ଷରିକ ଉତ୍କୃଷ୍ଟତାର ବୃଦ୍ଧି ଶିକ୍ଷାର ଆନ୍ତର୍ଜାତୀୟକରଣ: ଭାରତର ପରିଚାଳନା ସଂସ୍ଥାଗୁଡ଼ିକ ପାଇଁ ଆହ୍ୱାନ ଓ ସମ୍ଭାବନା ପରିଚାଳନା ଶିକ୍ଷାର ଭବିଷ୍ୟତ: ନବୋତ୍ପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ର ବ୍ୟବହାର ସଚେତନ ଶିକ୍ଷା l
ଛାତ୍ର ସଂଲଗ୍ନତା ଓ କୁଶଳତାର ପ୍ରୋତ୍ସାହନ ପରିଚାଳନା ଶିକ୍ଷାର ପରିବର୍ତ୍ତନ: ନବୀନ ପାଠପ୍ରଣାଳୀର ଶକ୍ତି ଭବିଷ୍ୟତ ଗଠନ: ଭାରତ @2047 ପାଇଁ ପ୍ରତିଭା ବିକାଶ କୌଶଳ ମାନସିକ ସ୍ୱାସ୍ଥ୍ୟ ଓ କୁଶଳତା ଏନ୍ଇପି–୨୦୨୦: ପରିଚାଳନା ଶିକ୍ଷା ପାଇଁ ପଥପ୍ରଦର୍ଶନ ଆଲୋଚନାରେ ଯୋଗ ଦେଇଥିଲେ ଦେଶର ପ୍ରମୁଖ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଏବଂ କୁଳପତିମାନେ—IIM ନାଗପୁରର ନିର୍ଦ୍ଦେଶକ ପ୍ରଫେସର ଭୀମରାଓ ମୈତ୍ରେ, IIM ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୈସୱାଲ, IIM ରାଞ୍ଚୀର ନିର୍ଦ୍ଦେଶକ ଦୀପକ କୁମାର ଶ୍ରୀବାସ୍ତବ,ମହାରାଷ୍ଟ୍ର ସ୍ଟେଟ୍ ସ୍କିଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ଅପୂର୍ବା ପାଲକର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଝାରଖଣ୍ଡର କୁଳପତି ପ୍ରଫେସର ଖିତି ଭୂଷଣ ଦାସ,
ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପରାଗ ଚନ୍ଦ୍ରକାନ୍ତ କାଲକର, ଆଇ.ସି.ବି.ଏମ୍ ସ୍କୁଲ୍ ଅଫ୍ ବିଜନେସ୍, ହାଇଦ୍ରାବାଦର ପ୍ରଫେସର ପି. ନାରାୟଣ ରେଡ୍ଡି, ଶ୍ରୀ ସଂସ୍କୃତି ତ୍ୟାଗରାଜ କଲେଜ (କୋୟମ୍ବେତୁର) ର ମହାନିର୍ଦ୍ଦେଶକ ରାମସ୍ୱାମୀ ନନ୍ଦଗୋପାଳ,କୋଲକାତା ବିଜନେସ୍ ସ୍କୁଲ୍ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଶେଖର ଚୌଧୁରୀ, ଆଇଏଫ୍ବି ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍, ଗୋଆ ର ବିଜନେସ୍ ହେଡ୍ ସମ୍ବିତ ପଣ୍ଡା, ଆର୍ସେଲର ମିଟାଲ୍ ନିପ୍ପନ୍ ସ୍ଟିଲ୍ ଇଣ୍ଡିଆ ର ପରିବେଶ ମୁଖ୍ୟ ଡା. ଦେବବ୍ରତ ଦାଶ ଶ୍ରୀ ବୈଷ୍ଣବ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରୋଫେସର ଉପେନ୍ଦ୍ର ଧର,ପି.ଏସ୍.ଜି. ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ,
କୋଇମ୍ବାତୁରଙ୍କ ନିର୍ଦ୍ଦେଶିକା ପ୍ରୋଫେସର ଭି. ଶ୍ରୀବିଦ୍ୟା,କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆଙ୍କ ପୂର୍ବତନ ସଭାପତି ଡକ୍ଟର ଅକ୍ଷୟ କୁମାର ନାୟକ,ଏସ୍.ସି.ଏମ୍.ଏସ୍. ଗ୍ରୁପ୍, କୋଚିଙ୍କ ଡାଇରେକ୍ଟର ପ୍ରୋଫେସର ଇନ୍ଦୁ ନାୟର,ଆଇ.ଏମ୍.ଆଇ., ନୂଆଦିଲ୍ଲୀଙ୍କ ପ୍ରୋଫେସର ରମେଶ ଭେଳ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ବିଦୁଭୂଷଣ ମିଶ୍ର, ବିଶ୍ୱ ବିଶ୍ୱାନୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସିଷ୍ଟମ୍ସଙ୍କ ମୁଖ୍ୟ ନିର୍ଦ୍ଦେଶକ ପ୍ରୋଫେସର ଶ୍ରୀନିବାସ ଆଚାର୍ଯ୍ୟ,ଆଇ.ଟି. ପ୍ଲସ୍ ଇଣ୍ଡିଆଙ୍କ ଡାଇରେକ୍ଟର ପ୍ରଭାତ ସାହୁ, ବିକଶିତ ଭାରତ–୨୦୪୭କୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ଯୁବପିଢ଼ିର ନେତାମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ।
ଏହି ଅବସରରେ ନାଲକୋର ସି.ଏମ୍.ଡି. ଶ୍ରୀଯୁକ୍ତ ବିଜେନ୍ଦ୍ର ପ୍ରତାପ ସିଂହ ଙ୍କୁ ରବି ଜେ. ମାଥାଇ ଆୱାର୍ଡ ସହ ସମ୍ମାନିତ କରାଯାଇଥିଲା । ଅଂଶଗ୍ରହଣ କରିଥିବା ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ସ୍ପନ୍ସର, କୋ-ସ୍ପନ୍ସର, ଗିଫ୍ଟ ପାର୍ଟନର ଓ ମିଡିଆ ପାର୍ଟନରମାନଙ୍କର ସହଯୋଗ ପାଇଁ AIMS ର ସଭାପତି ଶ୍ରୀଯୁକ୍ତ ରମାକାନ୍ତ ପାତ୍ରଙ୍କ ତରଫରୁ କୃତଜ୍ଞତା ଜ୍ଞାପନ ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀକୁ ପରିଚାଳନା କରିବାରେ ସୃଷ୍ଟି ଏକାଡେମୀର ଡିନ୍ ପ୍ରଫେସର ଗଙ୍ଗାଧର ମିଶ୍ର, ଉପାଧ୍ୟକ୍ଷା ପ୍ରଫେସର ପ୍ରଜ୍ଞାନ ପରମିତା ସାଡ଼ାଙ୍ଗୀ, ଏସଓଏ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅଧ୍ୟାପିକା କାୟନୀ ସେନାପତି, ଧର୍ମ କୁମାର ରାଉତ, ଗଣେଶା ଇନ୍ଷ୍ଟିଟ୍ୟୁଟ୍ର ଚେୟାରମ୍ୟାନ୍ ବିଭୂତି ଭୂଷଣ ତ୍ରିପାଠୀ,
ଏସଓଏ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଡିଆଲ୍ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂର ଚେୟାରମ୍ୟାନ୍ ରଞ୍ଜନ ଉମର ସୁନ୍ଦରାୟ, ଭାରତୀୟ ବିଦ୍ୟା ଭବନର ନିର୍ଦ୍ଦେଶକ ପ୍ରଫେସର ସୁଜାତା ମଙ୍ଗରାଜ, ଏନ୍.ଏମ୍.ଆଇ.ଟି., BIITM, Dreams, USBM ଆଦି ସମସ୍ତ କଲେଜର ଅଧ୍ୟାପକମାନଙ୍କୁ ନିଜର ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ମିଳନୀର ନିର୍ଦ୍ଦେଶକ ତଥା ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଅଣ୍ଡ ଟେକ୍ନୋଲୋଜିର ଚେୟାରମ୍ୟାନ ଇଞ୍ଜିନିୟର ସରୋଜ କୁମାର ସାହୁ ନିଜର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

No Result
View All Result