ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଖଣ୍ଡପଡ଼ା ଥାନା ଅଧିନ ଖଳିସାହି ପଞ୍ଚାୟତର ବାସୁଦେବପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଅତି ଅମାନୁଷିକ ଭାବେ ସ୍ତ୍ରୀ ତାର ସ୍ବାମୀକୁ ହତ୍ୟା କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ଖଣ୍ଡପଡ଼ା ଥାନାରେ ଅଟକ ରଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ସୂଚନା ମିଳିଛି।ଘଟଣାକ୍ରମେ ବାସୁଦେବପୁର ଗ୍ରାମର ବାପୁନି ମହାପାତ୍ର ଓ ସ୍ତ୍ରୀ ଲକି ନାୟକ ମଧ୍ଯରେ ବିଭିନ୍ନ କାରଣକୁ କେନ୍ଦ୍ର କରି ସଦାବେଳେ ପାଟିତୁଣ୍ଡ ହୋଇଥାଏ । ଫଳରେ ପରିବାରରେ ସଦାସର୍ବଦା ଅଶାନ୍ତି ଲାଗି ରହିଥିଲା । ତେବେ ଗତ ୨ ଦିନ ହେଲା ଘରେ ଶାଶୁ ଓ ଶ୍ବଶୁର କେହି ନଥିବାର ସୁଯୋଗ ନେଇ ବୋହୁ ଲକି ସୁଚିନ୍ତିତ ଉପାୟରେ
















