ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜକିଶୋର ସେନାପତି – ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ରେ ଜୟପୁର ଗ୍ରାମ ପଂଚାୟତ ର ସମିତି ସଭ୍ୟ ତଥା ବିଜେପି ଦଳ ର ବରିଷ୍ଠ ନେତା ଦୀପକ ଶତପଥି ଯୋଗ ଦେଇଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି, ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ କର ଓ ସ୍କୁଲ ର ସଭାପତି ଚକ୍ରଧର ମହାରଣା ମଧ୍ୟ ଯୋଗଦେଇଥିଲେ। ଏହି ସଭାର ମୂଳଲଖ୍ୟ ହେଲା, ଶିକ୍ଷା ଅଧିକାର ଆଇନି ୨୦୦୯ ଅନୁଯାୟୀ ପ୍ରତ୍ୟେକ ପିଲାଙ୍କର ବିଦ୍ୟାଳୟରେ ପାଠ ପଢ଼ିବାର ଅଧିକାର ଅଛି।

ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖିଛନ୍ତି।ରାଜ୍ୟ ସରକାରଙ୍କ “ବିକାଶତ ଭାରତ ” ଓ “ବିକଶିତ ଓଡିଶା ” ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ସ୍ବପ୍ନର ଓଡିଶା ଗଠନର ମୂଳଦୁଆ ହେଉଛି ବିଦ୍ୟାଳୟ ଶିକ୍ଷା, ଯାହା ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ପୂରଣ ହୋଇପାରିବ ବୋଲି ଅଭିଭାଷଣ ରେ ଶ୍ରୀ ଶତପଥି କହିଛନ୍ତି। କୌଣସି କାରଣ ବଶତଃ ବିଦ୍ୟାଳୟକୁ ଯାଇପାରୁ ନଥିବା ପିଲାଙ୍କୁ ଚି଼ହ୍ନଟ କରିବା ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡିବା ପାଇଁ ଜନ୍ମ ରୁ ୧୮ବର୍ଷ ବୟସର ସମସ୍ତ ପିଲାଙ୍କର ଘର ଘର ବୁଲି ଏକ ସର୍ବେକ୍ଷଣ କରାଯାଇଛି।

ଏହାକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବ୍ୟାପକ ରାଜ୍ୟସ୍ତରୀୟ ଅଭିଯାନ “ଆସ ସ୍କୁଲ ଯିବା “କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ୫ + ରୁ ୧୮ବର୍ଷ ବୟସରେ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ର ମୁଖ୍ୟସ୍ରୋତରେ ସାମିଲି କରିବାର ଲକ୍ଷ୍ୟ ରଖାଯାଇଛି। ଏଥିସହ ଏହି ଅଭିଯାନ ମାଧ୍ୟମରେ ସେମାନଙ୍କୁ ଗୁଣାତ୍ମକ, ଅନ୍ତନିର୍ବେଶୀ ଏବଂ ଆନନ୍ଦଦାୟକ ଶିକ୍ଷା ସୁନିଶ୍ଚିତ କରିବା, ବାଲ୍ୟବିବାହ, ଶିଶୁଶ୍ରମ ଏବଂ ଶିଶୁ ଚାଲାଣ ଭଳି ସାମାଜିକ ଶଙ୍କଟକୁ ରୋକିବା, ବିଦ୍ୟାଳୟରେ ୧୦୦% ନାମ ଲେଖା ସୁନିଶ୍ଚିତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ବନସ୍ମିତା ଜେନା ଙ୍କର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ସେ ଯୁକ୍ତଦୁଇରେ ଆଡିମିସନ କରିପାରିନଥିଲେ।ବନସ୍ମିତା ଜେନା କୁ ଯୁକ୍ତଦୁଇରେ ଆଡିମିସନ କରିବା ସହିତ ତାଙ୍କର ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବେ ବୋଲି ବରିଷ୍ଟ ନେତା ଦୀପକ ଶତପଥି ପ୍ରତିଶୃତି ଦେଇଛନ୍ତି। ସି ଆର ସି ସି ତଥା ଶିକ୍ଷକ ପ୍ରାର୍ଥସାରଥି ଦାସ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନେ ମଧ୍ୟ ଯୋଗଦେଇଥିଲେ।














