ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ମଙ୍ଗୁଲି ଗ୍ରାମର ଶତାୟୁ ବୃଦ୍ଧା ସ୍ବର୍ଗତl ସୁନ୍ଦରୀ ମହାନ୍ତି ଙ୍କ ଦ୍ୱାଦଶାହ କର୍ମରେ ଶୁକ୍ରବାର ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଓ ପୂର୍ବତନ ଏମପି ଡା. ରାଜଶ୍ରୀ ମଲ୍ଲିକ ଯୋଗଦେବାସହ ଅନେକ ନେତୃ ମଣ୍ଡଳୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ନେତୃ ମଣ୍ଡଳୀ ମଧ୍ୟରେ ଯୁଧିଷ୍ଠିର ସେଠୀ, ରବୀନ୍ଦ୍ର ରାଉଳ, ପବିତ୍ର ପଶାୟତ, ପ୍ରଦୀପ୍ତ ଭୂୟାଁ, ଶିବ ପ୍ରାସାଦ ଜେନା,

ସରପଞ୍ଚ ନିରଞ୍ଜନ ସେଠୀ, ଶିବପ୍ରସାଦ ଭୋଇ,ସୁବାସ ନାୟକ, ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କହିଲେ ସ୍ବର୍ଗତା ବୃଦ୍ଧା ଜଣେ ପରୋପକାରୀ, ସ୍ନେହୀ, ମିଷ୍ଠ ଭାସି ଓ ଭଗବତ ପ୍ରେମୀ ଥିଲେ ତାଙ୍କର ମୃତ୍ୟୁ ରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ଚାରି ପୁତ୍ର ଥିଲେ ସେମାନେ ହେଲେ ସୁଧୀର ମହାନ୍ତି, ଅଧୀର ମହାନ୍ତି, ଗଙ୍ଗାଧର ମହାନ୍ତି ଓ ଗୟା ଧର ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l














