ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ସେବା କେନ୍ଦ୍ର ପରିସରରେ ପ୍ରଜାପିତ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଜ୍ଞାନକୁ ଉତ୍କଳ ଧରଣୀ ରେ ସର୍ବପ୍ରଥମେ ୧୯୭୩ ମସିହାରେ ବିଜୟ ରୋପଣ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର କମଲେଶ ଦିଦୀଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସେଇ ଦିବ୍ୟ ପବିତ୍ର ଆତ୍ମା ଗତମାସ ୨୨ ରିଖ ପୂର୍ବାହ୍ନ ୧୦ ଘଟିକା ୪୦ ମିନିଟ୍ ସମୟରେ ୮୬ ବର୍ଷ ବୟସରେ କଟକ ସ୍ଥିତ ଝାଞ୍ଜିରିମଙ୍ଗଳା ସେବା କେନ୍ଦ୍ର ରେ ନିଜର ପାର୍ଥିବ ଶରୀର ପରିତ୍ୟାଗ କରିଥଲେ । ସେ ୫୦ ବର୍ଷ ତଳେ ଯେଉଁ ଇଶ୍ଵରୀୟ ଜ୍ଞାନ ର ବିଜୟ ରୋପଣ କରିଥିଲେ ତାହା ଆଜି ସାରା ଓଡ଼ିଶାରେ ବିଶାଳ ବଟବୃକ୍ଷରେ ପରିଣତ ହୋଇପାରିଛି ।

ଆଜି ଓଡିଶାର ପ୍ରତ୍ୟେକ ଜିଲ୍ଲା ସହର ଗ୍ରାମରେ ଈଶ୍ୱରୀୟ ସେବା କେନ୍ଦ୍ରମାନ ଗଢ଼ି ଉଠିଛି । ସେବାକେନ୍ଦ୍ର ମାନ ପ୍ରତିଷ୍ଠିତ ହୋଇ ସାଧାରଣ ମାନବରୁ ଦିବ୍ୟ ମାନବର ପରିଣତ ହେବାର ସେବା ଜାରି ରଖିଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଟଣୀ ସେବାକେନ୍ଦ୍ରର ସଂଚଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସଭାପତିତ୍ଵ କରି ଡକ୍ଟର କମଲେଶ ଦିଦିଙ୍କ ସହ ବିତେଇଥିବା ସ୍ମୃତିକୁ ଉଦ୍ଜୀବିତ କରିଥିଲେ ।















